Latest Odisha News

BREAKING NEWS

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ମମତା, କହିଲେ; ଆଇନ ସହ ଖେଳୁଛନ୍ତି ଅମିତ ଶାହା

ପଶ୍ଚିମବଙ୍ଗ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ମମତା କହିଛନ୍ତି ଯେ, ସମୟ ପୂର୍ବରୁ ମୋ ସରକାର ଭାଙ୍ଗି ଦେବାକୁ ଧମକ ଦେଇଥିବା ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦିଅନ୍ତୁ। ମୋ ସରକାରକୁ ଭାଙ୍ଗିବାକୁ ଅମିତ ଶାହା ଷଡ଼ଯନ୍ତ୍ର କରୁଛନ୍ତି ବୋଲି କହି ବର୍ଷିଛନ୍ତି ମମତା । ମମତା କହିଛନ୍ତି, ସାମ୍ବିଧାନିକ ପଦରେ ରହି ସେ ଏକ ନିର୍ବାଚିତ ସରକାରକୁ ଭାଙ୍ଗିବା କଥା କିପରି କହିପାରୁଛନ୍ତି , କଣେ ସେ ଆଇନ ସହ ଖେଳୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମମତା। ବରଂ ସେ କେନ୍ଦ୍ର ଗୃହମନ୍ତ୍ରୀ ଇସ୍ତଫା ଦେବା ଉଚିତ ବୋଲି ମମତା କହିଛନ୍ତି । ସୂଚନାଯୋଗ୍ୟ, ଅମିତ ଶାହା କହିଥିଲେ ଯେ ଆସନ୍ତାବର୍ଷ ଲୋକସଭା ନିର୍ବାଚନରେ ଯଦି ବିଜେେପି ପଶ୍ଚିମବଙ୍ଗରେ ୩୫ ଆସନ ଜିତୁୁଛି ତେବେ ତୃଣମୂଳ କଂଗ୍ରେସ ସରକାର ୨୦୨୫ରୁ ଅଧିକ ସମୟ ଚାଲିବ ନାହିଁ ।

ଏଥିସହ ମହାରାଷ୍ଟ୍ର ଭୂଷଣ ପୁରସ୍କାର ବେଳେ ଅଂଶୁଘାତରେ ୧୧ ଲୋକଙ୍କ ମୃତ୍ୟୁ ନେଇ ମଧ୍ୟ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି ମମତା । ମମତା କହିଛନ୍ତି, ଗତକାଲି ଅମିତ ଶାହା ଏକ ସଭାକୁ ଯାଇଥିଲେ। ନେତାମାନେ ନିଜେ ଛାଇରେ ରୁହନ୍ତି, ଏସିରେ ରୁହନ୍ତି । କିନ୍ତୁ ଏହି ପ୍ରବଳ ଖରାରେ, ଲୋକପ୍ରିୟତା ଦେଖାଇବା ପାଇଁ ଲୋକଙ୍କୁ ପ୍ରବଳ ଖରାରେ ବାହାରେ ବସାଇ ରଖାଯାଇଥିଲା | ଲୋକମାନେ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ସେମାନଙ୍କୁ ବାହାରକୁ ଯିବାକୁ ଦିଆନଯିବାରୁ ଅଂଶୁଘାତ ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ଓ ୦୦ ଜଣ ଅସୁସ୍ଥ ହୋଇପଡିଥିଲେ। କେବଳ ଏତକିରେ ଅଟକି ନାହାଁନ୍ତି ମମତା, କେନ୍ଦ୍ରୀୟ ସଂସ୍ଥାଙ୍କ ଅପବ୍ୟବହାର ନେଇ କହିଛନ୍ତି, ଛୋଟ ଛୋଟ ଘଟଣାରେ ଏନଆଇଏ ଓ ସିବିଆଇ ପଶ୍ଚିମବଙ୍ଗକୁ ଆସି ପଛରେ ପଡ଼ିଯାଉଛନ୍ତି ।

ବହୁ ଚର୍ଚ୍ଚିତ ଅତିକ୍-ଅଶରଫ୍ ହତ୍ୟା ଘଟଣାରେ ମଧ୍ୟ କେନ୍ଦ୍ର ଓ ୟୁପି ସରକାରକୁ ଘେରିଛନ୍ତି ମମତା । କହିଛନ୍ତି, ମୁଁ କୌଣସି ପ୍ରକାର ଅପରାଧ ସପକ୍ଷରେ ନାହିଁ, କିନ୍ତୁ ବିଜେପି ଶାସନ କାଳରେ ଯାହା ଘଟୁଛି ତାହା ଭୁଲ୍ । ପୋଲିସ ହାଜତରେ ଥିବା ଲୋକଙ୍କୁ ହତ୍ୟା କରାଯାଉଛି | ଦେଶରେ କଣ ଚାଲିଛି, ତୁମେ ଯାହାକୁ ଚାହିଁବ ହତ୍ୟା କରିଦେବ । ମମତାଙ୍କ ଏହି ବୟାନ ପରେ ଜାତୀୟ ରାଜନୀତି ସରଗରମ ହୋଇଛି ।

Leave A Reply

Your email address will not be published.