Latest Odisha News

BREAKING NEWS

ଟି୨୦ ବିଶ୍ୱକପ ଚୂଡାନ୍ତ ଦଳରେ ପ୍ରାୟତଃ ସ୍ଥାନ ନିଶ୍ଚିତ କଲେଣି କୋହଲି, ପନ୍ତ : ରିପୋର୍ଟ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ସମସ୍ତ ଦେଶର ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି । ଟିମ ଇଣ୍ଡିଆ ତାର ଦଳ ଚୟନ ପାଇଁ ଖେଳାଳିଙ୍କ ଆଇପିଏଲ ପ୍ରଦର୍ଶନ ଉପରେ ତୀକ୍ଷଣ ନଜର ରଖିଛି । କ୍ରିକବଜରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତୀୟ ଚୟନ କମିଟି ବିରାଟ କୋହଲି ଓ ରିଷଭ ପନ୍ତଙ୍କୂ ଚୂଡାନ୍ତ ଦଳରେ ସ୍ଥାନ ଦେବା ପାଇଁ ମନ ବଳାଇ ସାରିଛନ୍ତି । କୋହଲିଙ୍କ ଷ୍ଟ୍ରାଇକ ରେଟ ନେଇ ସାମାନ୍ୟ ଦ୍ୱନ୍ଦ୍ୱ ଥିବା ବେଳେ ତାହା ଦୂର ହୋଇଛି । କୋହଲି ଆଇପିଏଲରେ ଜବରଦସ୍ତ ଫର୍ମରେ ବ୍ୟାଟିଂ ପ୍ରଦର୍ଶନ କରୁଛନ୍ତି । ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ୧ରୁ ବିଶ୍ୱକପ ଆରମ୍ଭ ହେବ । ଭାରତ-ପାକିସ୍ତାନ ହାଇ ପ୍ରୋଫାଇଲ ମ୍ୟାଚ ଜୁନ ୯ରେ ଖେଳାଯିବ । ତେବେ କୋହଲି ଓପନିଂ କରିବେ କି ନାହିଁ ତାହା ସ୍ଥିର ହୋଇନି । ଯେତେଦୂର ସମ୍ଭବ ସେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ ।

ଅଧିନାୟକ ରୋହିତ ଶର୍ମାଙ୍କ ସହ ଯଶସ୍ୱୀ ଜୈସୱାଲ ଓ ଶୁଭମନ ଗିଲଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ୨୦୨୨ ସଡକ ଦୁର୍ଘଟଣା ପରେ ପନ୍ତ ଏବେ ଆନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତନ କରିଛନ୍ତି । କୋହଲିଙ୍କୁ ଦଳରେ ନେବା ପାଇଁ ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଆଗ୍ରହୀ ନାହାନ୍ତି ଖବରକୁ ଉକ୍ତ ରିପୋର୍ଟରେ ଖଣ୍ଡନ କରାଯାଇଛି । ପ୍ରାୟତଃ ଟିମ ଚୟନ ହୋଇ ସାରିଛି, କେବଳ ୨/୩ଟି ସ୍ଥାନ ନେଇ ଦ୍ୱନ୍ଦ୍ୱରେ ଚୟନ କମିଟି ରହିଛନ୍ତି ।

Leave A Reply

Your email address will not be published.