Latest Odisha News

ବନ୍ଦ ହେଲା ବିଦ୍ୟା ବାଲାନ ଅଭିନୀତ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ନିର୍ମିତ ଫିଲ୍ମ

ମୁମ୍ବାଇ: ବାୟୋପିକ ଫିଲ୍ମର ଖରାପ ବ୍ୟବସାୟ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆରମ୍ଭ କରି ଓଟିଟି ପ୍ଲାଟଫର୍ମ ଚିନ୍ତାରେ ପଡିଛନ୍ତି । ପରିସ୍ଥିତି ଏପରି ଉପୁଜିଛି ଯେ, ପୂର୍ବରୁ ଓଟିଟି ମଂଜୁର ହୋଇଥିବା କେତେକ ୱେବ ସିରିଜକୁ ଏବେ ବାଧ୍ୟ ହୋଇ ବାତିଲ କରାଯାଉଛି । ଏହା ମଧ୍ୟରେ ରହିଛନ୍ତି ବିଦ୍ୟା ବାଲାନ ଅଭିନୀତ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ । ଦର୍ଶକମାନେ ଏଥିପ୍ରତି ରୁଚି ରଖୁ ନ ଥିବା ଜଣାପଡିବା ପରେ ଏହାକୁ ବନ୍ଦ କରିବା ପାଇଁ ସେମାନେ ନିଷ୍ପତି ନେଇଛନ୍ତି । ସଞ୍ଜୟ ଲୀଲା ଭଁସାଲୀଙ୍କ ଗଙ୍ଗୁବାଇ କାଠିୟାୱାଡ ଫିଲ୍ମକୁ ଛାଡି ଦେଲେ ଶେରଶାହା ଓ ସରଦାର ଉଦ୍ଦାମ ପରି ଫିଲ୍ମ ବି ଆଶାନୁରୂପ ବ୍ୟବସାୟ କରିପାରିନି ।

କରୋନା ମହାମାରୀ ସମୟରେ ଓଟିଟିରେ ଭଲ ବ୍ୟବସାୟ ହୋଇଥିଲା । ଏହା ଦେଖି ଅଧିକ ଅର୍ଥରେ ଅନେକଗୁଡିଏ ଫିଲ୍ମ, ୱେବସିରିଜ ନେଇ ଓଟିଟି ବ୍ୟବସାୟୀମାନେ ଆଗ୍ରହ ପ୍ରକାଶ କରିଥିଲେ । ଏବେ କିନ୍ତୁ ସେମାନେ ଅନେକ କ୍ଷତି ସହିଲେଣି । କଙ୍ଗନା ରାନାୱତଙ୍କ ଏର୍ମଜେନ୍ସି ଫିଲ୍ମର ଘୋଷଣା ପରେ ଏହା ବିଦ୍ୟାଙ୍କ ଫିଲ୍ମ ବିଶେଷ ପ୍ରଭାବିତ ହୋଇଛି ।

Leave A Reply

Your email address will not be published.