Latest Odisha News

BREAKING NEWS

ଲଗାନ୍ତୁ ଏହି ଗଛ: ଘରେ ହେବ ନୋଟର ବର୍ଷା

ଏମିତି କେତେଗୁଡିଏ ଗଛ ଅଛି ଯାହାକୁ ଧର୍ମ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି ବର୍ଣ୍ଣନା କରାଯାଇଛି  ।  ବାସ୍ତୁ ଶାସ୍ତ୍ର ଅନୁସାରେ ବି ଅନେକ  ଗଛକୁ ଶୁଭଙ୍କର ବୋଲି ବିଚାର କରାଯାଇଛି । ବିଶ୍ୱାସ ରହିଛି, ଏସବୁ ଗଛକୁ ଘରେ ଲଗାଇଲେ  ଅତ୍ୟନ୍ତ ଶୁଭ ଫଳାଫଳ ମିଳିଥାଏ, ଧନ ବୃଦ୍ଧି ବି ଘଟିଥାଏ  । ଏହି ଗଛ ଘର ପାଇଁ ସୁଖ, ସମୃଦ୍ଧି  ଆଣି ଦେଇଥାଏ  । ଏପରି ଅନେକ ଉଦ୍ଭିଦ ଅଛି ଯାହାକି ଦେବୀ ଲକ୍ଷ୍ମୀଙ୍କର ବହୁତ ପସନ୍ଦ ।  ଘରେ ଏହି ଉଦ୍ଭିଦଗୁଡିକର ଉପସ୍ଥିତି ଅପାର ଧନ ବର୍ଷା କରିଥାଏ  । ତେବେ ଆପଣମାନେ ସମସ୍ତେ ଅପରାଜିତା ଫୁଲ ବିଷୟରେ ଜାଣିଥିବେ । ଯାହା ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ପୁଷ୍ପ । ଅପରାଜିତା ଫୁଲର ଉପସ୍ଥିତି ଆପଣଙ୍କ ଘର ପାଇଁ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ଆଣିଥାଏ  ।

ଅପରାଜିତା ଫୁଲ ଦୁଇଟି ରଙ୍ଗର ।  ନୀଳ ଅପରାଜିତା ଭଗବାନ ବିଷ୍ଣୁଙ୍କ ପୂଜାରେ ଅର୍ପଣ କରିବା ଦ୍ୱାରା ତାଙ୍କର ଆଶୀର୍ବାଦ ଲାଭ କରିହୁଏ |  ସେହିପରି ଧଳା ଅପରାଜିତା  ଯାହା ଭଗବାନ ଶିବଙ୍କୁ ଅର୍ପଣ କଲେ ଶୁଭଫଳ ମିଳିଥାଏ |

 ଘରେ ଅପରାଜିତାର ବୃକ୍ଷ ଲଗାଇବାର ଲାଭ :

ବାସ୍ତୁ ଶାସ୍ତ୍ରୀଙ୍କ କହିବା ଅନୁଯାୟୀ, ଘରେ ଅପରାଜିତା ଫୁଲ ଗଛ ଲଗାଇବା ଅତ୍ୟନ୍ତ ଶୁଭ ଅଟେ। ଏହାଦ୍ୱାରା ଘରେ ସବୁବେଳେ ସମୃଦ୍ଧି ବୃଦ୍ଧି ପାଇଥାଏ । କିନ୍ତୁ ଅପରାଜିତା ଗଛ ଲଗାଇବାବେଳେ କିଛି ଜିନିଷକୁ ଧ୍ୟାନରେ ରଖିବା ଜରୁରୀ  । ଯଦିଓ ଅପରାଜିତା ବୃକ୍ଷକୁ ଘରର ଯେକୌଣସି ପରିଷ୍କାର ସ୍ଥାନରେ ଲଗାଯାଇପାରିବ, କିନ୍ତୁ ବାସ୍ତୁ ଶାସ୍ତ୍ରୀଙ୍କ କହିବା ଅନୁଯାୟୀ, ଏହାକୁ ଘରର ଉତ୍ତର-ପୂର୍ବ ଦିଗରେ ଲଗାଇବା ସବୁଠାରୁ ଅଧିକ ଲାଭଦାୟକ ଅଟେ  । ଉତ୍ତର-ପୂର୍ବ କୋଣରେ ଅପରାଜିତା ଉଦ୍ଭିଦ ଲଗାଇବା ଦ୍ୱାରା ଘରେ ଧନ ବୃଦ୍ଧି ପାଇଥାଏ  । ଏଥିସହିତ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହା ସକରାତ୍ମକ ପ୍ରଭାବ ପକାଇଥାଏ | ଏହାର ପ୍ରଭାବରେ ଘରେ ସକାରାତ୍ମକ ତଥା ଶାନ୍ତିର ବାତାବରଣ  ସୃଷ୍ଟି ହୋଇଥାଏ |

ଜ୍ୟୋତିଷ ଶାସ୍ତ୍ରୀଙ୍କ କହିବା ଅନୁଯାୟୀ, ଅପରାଜିତା ଗଛର ମୂଳକୁ ପୂଜା କରି ଏହାକୁ ଘରର ଆଲମିରାରେ ରଖିବା ଦ୍ୱାରା ଘରେ ଅର୍ଥର ଅଭାବ ଦେଖାଯାଏ ନାହିଁ। ସେହିପରି ଅପରାଜିତାର ମୂଳକୁ ପୂଜା ସ୍ଥାନରେ ରଖିବା ଏବଂ ଏହାକୁ ପ୍ରତିଦିନ ପୂଜା କରିବା ଦ୍ୱାରା ଜୀବନରେ ସମୃଦ୍ଧି ମିଳିଥାଏ | ଅପରାଜିତା ଉଦ୍ଭିଦରେ ଫୁଲ ଫୁଟିବା ଭବିଷ୍ୟତରେ ଆସିବାକୁ ଥିବା ଶୁଭ ଘଟଣାକୁ ସୂଚିତ କରେ | ତେଣୁ ଆପଣଙ୍କ ଘରେ ଯଦି ଅପରାଜିତା ଗଛ ଥାଏ ତେବେ ଏହାକୁ ଶୁଖିବାକୁ ଦିଅନ୍ତୁ ନାହିଁ | ଏହାକୁ ନିୟମିତ ପାଣି ଦିଅନ୍ତୁ ଏବଂ ଏହାର ଯତ୍ନ ନିଅନ୍ତୁ |

 

Leave A Reply

Your email address will not be published.