Latest Odisha News

BREAKING NEWS

କେଉଁ ଦିନ କରିବେ କେଉଁ କାର୍ଯ୍ୟ: ଜାଣନ୍ତୁ କ’ଣ କହୁଛି ବାସ୍ତୁ ଶାସ୍ତ୍ର

ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଜୀବନରେ ଶୁଭ ଓ ଅଶୁଭର ଖୁବ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମରେ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ଶୁଭ ସମୟ ଓ ଶୁଭ ବାର ଦେଖାଯାଇଥାଏ । ଏହି ସବୁ କାରଣରୁ ମଣିଷକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ବାର ଅନୁସାରେ କାର୍ଯ୍ୟ କରିବା ଉଚିତ୍ । ବାର ଅନୁସାରେ କାର୍ଯ୍ୟକଲେ  ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସବୁବେଳେ ରହିଥାଏ ବୋଲି ବିବେଚନା କରାଯାଏ  । ତେବେ ଚାଲନ୍ତୁ ଜାଣିବା କେଉଁ ବାରରେ କେଉଁ କାର୍ଯ୍ୟ କରିବା ଉଚିତ ଓ ଅନୁଚିତ ।

ବାର ଅନୁଯାୟୀ କରନ୍ତୁ କାର୍ଯ୍ୟ:

  • ରବିବାର – ରବିବାର ଦିନ ସୂର୍ଯ୍ୟଙ୍କର ଅଧିକ ପ୍ରଭାବ ରହିଥାଏ । ଏହି ବାରରେ କୌଣସି ରୋଗ ପାଇଁ ନୂତନ ଔଷଧ ଆରମ୍ଭ କରିବା ଦ୍ୱାରା ଉତ୍ତମ ଫଳ ମିଳିଥାଏ । ନୂତନ ଯାନ ମଧ୍ୟ ଏହି ଦିନ କିଣିପାରିବେ। ଏହି ଦିନ ସୁନା, ତମ୍ବା କିଣିପାରିବେ ଓ ଧାରଣ ମଧ୍ୟ କରିପାରିବେ । ବିଦ୍ୟୁତ ଉପକରଣ ମଧ୍ୟ କିଣିପାରିବେ ।
  • ସୋମବାର – ସୋମବାର ଦିନ କୃଷି ସମ୍ବନ୍ଧୀୟ ନୂଆ କାର୍ଯ୍ୟ ଆରମ୍ଭ କରିବା ଉଚିତ। ସୋମବାର ବସ୍ତ୍ର-ଆଭୂଷଣ ମଧ୍ୟ କିଣିପାରିବେ ।
  • ମଙ୍ଗଳବାର – ମଙ୍ଗଳବାର ଦିନ ଋଣ ଆଣନ୍ତୁ ନାହିଁ। କାରଣ ଏହା ସୁଝିବା ପାଇଁ କଷ୍ଟ ହୋଇଥାଏ ।
  • ବୁଧବାର – ବୁଧବାର ଦିନ ବିଦ୍ୟା, ଅଧ୍ୟୟନ, ପାଠ୍ୟ ଉପକ୍ରମ କିଣନ୍ତୁ। ଏହି ଦିନ ଧନ ସଞ୍ଚୟ କରିଲେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ ।
  • ଗୁରୁବାର – ଗୁରୁବାର ଖୁବ ଶୁଭବାର ଅଟେ । ଏହି ଦିନରେ ଧର୍ମ ସମ୍ବନ୍ଧୀୟ କାର୍ଯ୍ୟ, ଆଇନ କାର୍ଯ୍ୟ, ମଙ୍ଗଳ କାର୍ଯ୍ୟ କରିବା ଶୁଭଦାୟକ ।
  • ଶୁକ୍ରବାର – ଶୁକ୍ରବାର ଦିନ ମିତ୍ରତା, କୃଷି ଆଦି କରିବା ଶୁଭପ୍ରଦ ହୋଇଥାଏ ।
  • ଶନିବାର – ଶନିବାର ଦିନ ଗୃହପ୍ରବେଶ, ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଉଚିତ ନୁହେଁ । ଏହି ଦିନ ତେଲ, କାଠ, କୋଇଲା, ଲୁଣ, ଲୁହାରେ ନିର୍ମିତ ବସ୍ତୁ କିଣନ୍ତୁ ନାହିଁ  ।
Leave A Reply

Your email address will not be published.