Latest Odisha News

ବିଜେଡି ଓ ବିଜେପି ମେଣ୍ଟ ସସପେନ୍‌ସ ପଛର କ’ଣ ରହିଛି ଡିଲ୍?

ଭୁବନେଶ୍ୱର: କାହିଁକି ଫାଇନାଲ୍ ହେଉନି ବିଜେଡି-ବିଜେପି ମେଣ୍ଟ? ବୁଝାମଣାରେ ବାଧା କେଉଁଠି ? କାହିଁକି ସିଲ୍ ହେଇପାରୁନି ମେଣ୍ଟ ଡିଲ୍ ? କାହିଁକି ଦୋଛକିରେ ମେଣ୍ଟ ସମ୍ଭାବନା ? କେବଳ ସିଟ୍ ଭାଗବଣ୍ଟା ନେଇ ଛିଡୁନି ଅଙ୍କ ନା ମିଶୁନି ପଦ୍ମ ଓ ଶଙ୍ଖ ଦଳ ନେତାଙ୍କ ମନ ? ଟପ୍ ନେତାଙ୍କ ମେଂଟ ଆକାଂକ୍ଷାକୁ ଗ୍ରହଣ କରିପାରୁନାହାନ୍ତି କି ରାଜ୍ୟ ନେତା ? ମେଣ୍ଟ ବୁଝାମଣାରେ କେଉଁଠି କଣ୍ଟା ?

ବିଜେଡି-ବିଜେପି ପୁନର୍ବିବାହ ନେଇ ଦିଲ୍ଲୀରୁ ଭବନେଶ୍ୱର ଚର୍ଚ୍ଚା । ହେଲେ ପ୍ରଶ୍ନ, ଅସୁବିଧା କେଉଁଠି ? ଶୁଣାଯାଉଛି, ମେଂଟ ପାଇଁ ଏବେ ରହିଛି ଫିଫ୍ଟି ଫିଫ୍ଟି ସମ୍ଭାବନା । ଆଜି ଆସିପାରେ ବଡ ନିଷ୍ପତି । ଗତ ସପ୍ତାହରେ ଉଭୟ ଦଳର ଟପ୍ ନେତା ମେଂଟ ପାଇଁ ଗ୍ରୀନ୍ ସିଗନାଲ୍ ଦେଇଥିଲେ । ହେଲେ ଗ୍ରାଉଣ୍ଡରୁ ଅସନ୍ତୋଷ, ସିଟ୍ ଭାଗବଂଟା ଓ ରାଜ୍ୟ ବିଜେପି ମେଂଟ ରାସ୍ତାରେ କଂଟା ହୋଇଥିବା ଚର୍ଚ୍ଚା ହେଉଛି ।

ଗତକାଲି ସଂଧ୍ୟାରେ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମାନସ ମହାନ୍ତି, ବିଜୟପାଲ ସିଂହ ତୋମାର, ଲତା ଉସେଣ୍ଡି ଓ ସମ୍ବିତ ପାତ୍ର । ରାଷ୍ଟ୍ରୀୟ ନେତାଙ୍କୁ ଭେଟି ପ୍ରତିନିଧି ମଣ୍ଡଳୀ ସମସ୍ୟା କହିବେ । ମେଂଟ ବାଧା ଦୂର କରିବାକୁ ଉଦ୍ୟମ ହେବ । ଆନ୍ଧ୍ରରେ ଟିଡିପି ସହ ମେଂଟ ପରେ ବିଜେଡି ସହ ବନ୍ଧୁ ବାନ୍ଧିବାକୁ ବ୍ୟଗ୍ର ବିଜେପିା କୁହାଯାଉଛି, ବିଜେଡି ସହ ପୁନର୍ବିବାହ ଯେ ଗେରୁଆ ଦଳକୁ ବଳ ଦେବ ସେକଥା ରାଜ୍ୟ ବିଜେପିକୁ ଏଯାଏଁ ବୁଝାଇ ପାରିନାହାନ୍ତି କେନ୍ଦ୍ରର ଟପ୍ ନେତା । ବିଜେପି ୧୪ଲୋକସଭା ଓ ୫୬ ବିଧାନସଭା ଚାହୁଁଛି । ୧୩ ଲୋକସଭା ଓ ୪୨ ବିଧାନସଭା ଆସନ ଦେବାକୁ ବିଜେଡି ରାଜି ।

ଅପଡେଟ୍ ଖବର ଅନୁସାରେ ବିଜେପିକୁ ୧୩ ଲୋକସଭା ଓ ୪୭ ବିଧାନସଭା ଏବଂ ବିଜେଡିକୁ ୮ଲୋକସଭା ଓ ୧୦୦ ବିଧାନସଭା ସିଟ୍ ଦେବା ନେଇ ଆଲୋଚନା ଚାଲିଛି । ରାଜ୍ୟ ବିଜେପି ନେତାଙ୍କ କହିବା କଥା, ମେଂଟରେ ଲାଭ କମ୍ କ୍ଷତି ବେଶୀା ୨୦୨୪ ଓଡିଶାରେ ବିଜେପି ପାଇଁ ସମ୍ଭାବନାର ନିର୍ବାଚନ ହେବ । ନିଜେ ଲଢିଲେ ବିଜେଡି ଅଫରଠୁ ଅଧିକ ସିଟ୍ ଜିତି ପାରିବ ବିଜେପି । ବିଜେଡି ସହ ମେଂଟ ହେଲେ ଶୁଖିଲାରେ କଂଗ୍ରେସର ଗ୍ରାଫ୍ ବଢିବ । ମେଂଟ ଆଲୋଚନା ହେବା ଯାଏଁ ଜନତାଙ୍କ ସମର୍ଥନ ବିଜେପି ସହ ଥିଲା । ହେଲେ ମେଂଟ ଚର୍ଚା ପରଠୁ ଉଭୟ କର୍ମୀ ଓ ଜନତା ଅସନ୍ତୁଷ୍ଟା ସେପଟେ ବିଜେପି କୋର୍ଟକୁ ବଲ୍ ଫିଙ୍ଗିଛି ବିଜେଡି । ମେଂଟ ଅଙ୍କକଷା ଭିତରେ ନବୀନ ପାଣ୍ଡିଆନଙ୍କ ଭିଡିଓ ଗୁଗଲି ଚର୍ଚ୍ଚାକୁ ଆହୁରି ରୋଚକ କରିଛିା

ଚର୍ଚ୍ଚା ହେଉଛି, ମେଂଟ ଡିଲ୍ ସିଲ୍ କରିବାକୁ ଖୁବ୍ ଶୀଘ୍ର ଦିଲ୍ଲୀ ଯାଇପାରନ୍ତି ନବୀନ । ଆଉ ମେଂଟ ଫାଇନାଲ୍ ହେଲେ ଓଡିଶା ଆସିପାରନ୍ତି ଅମିତ ଶାହା । ନିର୍ବାଚନ କମିଶନ ଯେକୌଣସି ମୁହୁର୍ତରେ ତାରିଖ ଘୋଷଣା କରିପାରନ୍ତି । ତେଣୁ ମେଂଟ ନେଇ ଶୀଘ୍ର ନିଷ୍ପତି ନେବେ ବିଜେଡି-ବିଜେପି ।

Leave A Reply

Your email address will not be published.