Latest Odisha News

BREAKING NEWS

୮ ରାଜ୍ୟ ନେଇ ବିଜେପିର ମାନସ ମନ୍ଥନ; ଖୁବଶୀଘ୍ର ଆସିବ ଦ୍ୱିତୀୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଉଷ୍ମତା ସେତିକି ବଢ଼ୁଛି। ନିର୍ବାଚନ ଆୟୋଗ ଖୁବଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ତେଣୁ ପ୍ରାର୍ଥୀ ଚୟନରେ ଲାଗି ପଡ଼ିଛନ୍ତି ବିଭିନ୍ନ ରାଜନୖତିକ ଦଳ।

ମାର୍ଚ୍ଚ ୨ ରେ ବିଜେପି ତାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଏଥିରେ ୧୯୫ ପ୍ରାର୍ଥୀଙ୍କ ନାଁ ରହିଥିଲା। ଦ୍ୱିତୀୟ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବାକୁ ଗତକାଲି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।  ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ୪ ଘଣ୍ଟା ଧରି ବୈଠକ ଚାଲିଥିଲା । ମାରାଥନ୍ ବୈଠକରେ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ସମେତ ୮ଟି ରାଜ୍ୟର ଶହେ ସିଟ୍ ଉପରେ ଆଲୋଚନା କରାଯାଇଥିଲା ।ଏଣୁ ଆଶା କରାଯାଉଛି, ଗୋଟିଏ କିମ୍ୱା ଦୁଇ ଦିନ ମଧ୍ୟରେ ବିଜେପି ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିପାରେ । ତେବେ ବିହାର, ଓଡ଼ିଶା, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ମିଳିତ ମଞ୍ଚର ଚିତ୍ର ସ୍ପଷ୍ଟ ହୋଇ ନଥିବାରୁ ଏହି ରାଜ୍ୟଗୁଡିକର ପ୍ରାର୍ଥୀ ତାଲିକା ବିଳମ୍ୱ ହୋଇପାରେ । ଏହି ବୈଠକରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡାଙ୍କ ସମେତ ବହୁ ବରିଷ୍ଠ ନେତା  ଉପସ୍ଥିତ ଥିଲେ ।

ସୂଚନାଅନୁସାରେ, ଗୁଜୁରାଟର ଅବଶିଷ୍ଟ ୧୧ଟି ସିଟ୍ ଉପରେ ଆଲୋଚନା କରାଯାଇଥିଲା । ଯେଉଁଥିରେ  ୭ଟି ସିଟ୍ ଉପରେ ସହମତି ପ୍ରକାଶ ପାଇଥିଲା । ମଧ୍ୟପ୍ରଦେଶର ୫ଟି ସିଟ୍ ପାଇଁ  ଆଲୋଚନା ଶେଷ ହୋଇଥିଲା । ଯେଉଁଥିରେ ୪ଟି ସିଟ୍ ଉପରେ ସହମତି ପ୍ରକାଶ ପାଇଥିଲା । ମହାରାଷ୍ଟ୍ରର ୨୫ଟି, ତେଲେଙ୍ଗାନାରେ ୮ଟି  ଏବଂ କର୍ଣ୍ଣାଟର ସମସ୍ତ ୨୮ଟି ଆସନ ପାଇଁ ମନ୍ଥନ ହୋଇଥିଲା ।

ବିଜେପିର ମହାରାଷ୍ଟ୍ର ଏବଂ ବିହାରରେ ସହଯୋଗୀକୁ ନେଇ ଆଲୋଚନା ଚାଲିଛି ।  ମହାରାଷ୍ଟ୍ରରେ ବିଜେପି ଶିବସେନା ଓ ଏନସିପି ଗଠବନ୍ଧନ ସରକର ରହିଛି । ସେହିପରି ବିହାରରେ ବିଜେପି ନୀତିଶ କୁମାରଙ୍କ ଦଳ ଜେଡିୟୁ ଏବଂ ଚିରାଗ ପାସୱାନଙ୍କ ରାଜନୈତିକ ଦଳ  ସହ  ଆସନ ବାଣ୍ଟିବା ନେଇ ଚର୍ଚ୍ଚା ଚାଲିଛି ।  ପଞ୍ଜାବରେ ବିଜେପି ଏବଂ ଅକାଳୀ ଦଳ  ସହିତ ଏକାଠି ହେବାକୁ  ଚର୍ଚ୍ଚା ହେଉଛି । ଏହି ତିନୋଟି ରାଜ୍ୟରେ ସିଟ୍ ବଣ୍ଟନ  ଚୂଡାନ୍ତ ହେବା ପରେ  ପ୍ରାର୍ଥୀଙ୍କ ନାଁରେ ମୋହର ଲାଗିବ ।

Leave A Reply

Your email address will not be published.