Latest Odisha News

କାହିଁକି ମାଆ ଦକ୍ଷିଣକାଳୀଙ୍କୁ ଅର୍ପଣ କରାଯାଏ ବନାରସୀ ଶାଢୀ ? କଣ ରହିଛି ପରମ୍ପରା…

ନୂଆଦିଲ୍ଲୀ: ମାଆ କାଳୀ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ  । ଯାହାଙ୍କୁ ଡାକିଲେ ଓ କରନ୍ତି  । ଏମିତି ଏକ ପ୍ରସିଦ୍ଧ ମନ୍ଦିର ହେଉଛି କୋଲକାତାର ଦକ୍ଷିଣେଶ୍ବରୀ କାଳୀ ମନ୍ଦିର ।  ଏହି ମନ୍ଦିର କେବଳ ବଙ୍ଗଳା ନୁହେଁ ସମଗ୍ର ଦେଶରେ ଅନ୍ୟତମ ପ୍ରମୁଖ ମନ୍ଦିର ଅଟେ। କୋଲକାତାର ହୁଗଲି ନଦୀ କୂଳରେ ଅବସ୍ଥିତ ଏହି କାଳୀ ମନ୍ଦିର ସମଗ୍ର ଦେଶରେ ଥିବା ୫୧ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ । ବିଶ୍ୱାସ କରାଯାଏ ଯେ ଯିଏ ବିଶ୍ବାସ ସହକାରେ ଏଠାରେ ମାଆଙ୍କୁ ପୂଜାର୍ଚ୍ଚନା କରିଛି , ମାଆ ତାକୁ କେବେ ନିରାଶ କରନ୍ତି ନାହିଁ  । ମାତା ନିଶ୍ଚିତ ଭାବରେ ତାଙ୍କ ଭକ୍ତମାନଙ୍କର ମନବାଞ୍ଝା ପୂରଣ କରନ୍ତି ।

ଦେବୀ ପୁରାଣରେ ୫୧ ଶକ୍ତିପୀଠର ବର୍ଣ୍ଣନା ଅଛି ।  ଶାସ୍ତ୍ର ଅନୁଯାୟୀ ଯେଉଁ ସ୍ଥାନ ମାନଙ୍କରେ ଦେବୀ ସତୀଙ୍କ ଶରୀରର ଅଂଶ, ତାଙ୍କ ବସ୍ତ୍ର କିମ୍ବା ଅଳଙ୍କାର ପଡିଛି  ସେଠାରେ ଶକ୍ତିପୀଠ ହୋଇଛି ।  ବିଶ୍ୱାସ କରାଯାଏ ଯେତେବେଳେ ଭଗବାନ ବିଷ୍ଣୁ ମାତା ସତୀଙ୍କ ଶରୀରକୁ ତାଙ୍କ ଚକ୍ରରେ କାଟି ଦେଇଥିଲେ ।  ସେତେବେଳେ ତାଙ୍କ ଡାହାଣ ପାଦର କିଛି ଆଙ୍ଗୁଠି ଏହି ସ୍ଥାନରେ ପଡିଯାଇଥିଲା। କାଳୀ ଭକ୍ତଙ୍କ ପାଇଁ ଏହା ଦୁନିଆର ସବୁଠାରୁ ବଡ ଏବଂ ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ଅନ୍ୟତମ ।

ଯେତେବେଳେ ଆମ ଦେଶ ବ୍ରିଟିଶ ଶାସନ ଅଧୀନରେ ଥିଲା, ଏହି ମନ୍ଦିରକୁ ୧୮୫୫ ମସିହାରେ କୋଲକାତାର ଏକ ଜମିଦାର ପରିବାରର ବୋହୂ ରାସମଣୀ ଏହାକୁ ସ୍ଥାପନା କରିଥିଲେ । ସେତେବେଳେ ମନ୍ଦିରର ମୁଖ୍ୟ ପୂଜାରୀ ଭାବେ ରାମକୃଷ୍ଣ ପରମହଂସ ଙ୍କୁ ନିଯୁକ୍ତ କରାଯାଇଥିଲା । ଆଉ କୁହାଯାଏ ରାମକୃଷ୍ଣ ମାଆଙ୍କର ଏପରି ଜଣେ ମହାନ ସାଧକ ଥିଲେ ଯାହାଙ୍କୁ ପ୍ରତିଦିନ ମାଆ ଆସି ଦର୍ଶନ ଦିଅନ୍ତି । କାଳୀ ପୂଜା ହେଉଛି ମାଆଙ୍କର ସବୁଠାରୁ ବଡ ପର୍ବ  ।

ଏହି ସମୟରେ ମାଆଙ୍କୁ ଦର୍ଶନ କରିବା ଲାଗି ଦେଶର କୋଣ ଅନୁକୋଣରୁ ଭକ୍ତଙ୍କର ସୁଅ ଛୁଟେ  । ବନାରସୀ ଶାଢୀ ହେଉଛି ମାଆଙ୍କର ଅତି ପ୍ରିୟ । ତେଣୁ ଦେଶ ବିଦେଶରୁ ଆସୁଥିବା ଭକ୍ତ ମାନେ ମାଆଙ୍କୁ ବନାରସୀ ଶାଢୀ ଅର୍ପଣ କରିଥାନ୍ତି । ଆଉ କୁହାଯାଏ ଯଦି ଆପଣ ଆଜି ମାଆଙ୍କୁ ଶାଢୀ ଚଢାଉଛନ୍ତି , ତେବେ ୧୦ ବର୍ଷ ପରେ ମାଆଙ୍କୁ ସେହି ଶାଢୀ ପରିଧାନ କରାଯିବ  ।

 

Leave A Reply

Your email address will not be published.