Latest Odisha News

BREAKING NEWS

ପୁରୁଣା ଶାଢୀକୁ ଫୋପାଡୁଛନ୍ତି କିମ୍ବା ଅନ୍ୟକୁ ଦେଇ ଦଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହି ସବୁ କଥା …

ଭୁବନେଶ୍ଵର: କୌଣସି ପର୍ବପର୍ବାଣୀ ହେଉ କିମ୍ବା ପାର୍ଟି ସମସ୍ତଙ୍କ ମନରେ ଥାଏ ଯେ ସେ କିପରି ସମସ୍ତଙ୍କ ଅପେକ୍ଷା ଟିକେ ଅଲଗା ଓ ସୁନ୍ଦର ଲାଗିବେ । ସାଧାରଣତଃ ମହିଳା ମାନେ ଏହି ସବୁ କାର୍ଯ୍ୟକ୍ରମରେ ଶାଢୀ ପିନ୍ଧିବାକୁ ବେଶି ପସନ୍ଦ କରିଥାନ୍ତି । ଶାଢି ଆପଣଙ୍କ ସୁନ୍ଦରତାକୁ ଦ୍ଵିଗୁଣିତ କରିଥାଏ । ସବୁ ଭାରତୀୟ ମହିଳାଙ୍କ ଆଲମିରା ଭିତରେ ବିଭିନ୍ନ ପ୍ରକାର ଶାଢୀ ଦେଖିବାକୁ ମିଳିଥାଏ । ସେହି ସବୁ ଶାଢୀ ମଧ୍ୟରୁ କିଛି ଶାଢୀ ଦୈନନ୍ଦିନ ପିନ୍ଧୁଥିବା ସାଧାସିଧା ଶାଢୀ ଏବଂ କୌଣସି ଉତ୍ସବରେ ପିନ୍ଧୁଥିବା କିଛି ଭାରୀ କାମ ହୋଇଥିବା ଶାଢୀ ଥାଏ । କିନ୍ତୁ ସେଥିମଧ୍ୟରୁ କିଛି ଶାଢୀ ଏପରି ଥାଏ ଯାହାକୁ କୌଣସି କାରଣ ବସତଃ କେବେ ହେଲେ ମଧ୍ୟ ପିନ୍ଧାଯାଇନଥାଏ । ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ ଯେ, ମହିଳା ମାନେ ଏପରି ଶାଢୀ ନିଜ ଆଲମିରାରେ ବର୍ଷ ବର୍ଷ ଧରି ରଖିଥାନ୍ତି ନଚେତ କାହାକୁ ଦେଇଦିଅନ୍ତି । ତେବେ ଯଦି ଆପଣଙ୍କ ପାଖରେ ମଧ୍ୟ ଏପରି କିଛି ଶାଢୀ ଅଛି ତେବେ ଏହାକୁ ବିଭିନ୍ନ ଡିଜାଇନ କରି ଆପଣ ତାହାକୁ ପୁନର୍ବାର ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ନିଜର ପୁରୁଣା ଶାଢୀକୁ କିପରି ଉପାୟରେ ପୁନଃବ୍ୟବହାର କରିପାରିବେ …

ଏଥିନିକ ସୁଟ:

ଆପଣ ଆପଣଙ୍କ ପୁରୁଣା ଶାଢୀରେ ଷ୍ଟ୍ରେଟ, ଏ-ଲାଇନ କିମ୍ବା ଅନାରକଲି ଡ୍ରେସ ତିଆରି କରିପାରିବେ । ଯଦି ଆପଣଙ୍କ ପାଖରେ ଥିବା ଶାଢୀ ବନାରସୀ, କାଞ୍ଚିପୁରମ ଅଥବା ସିଲ୍କ ହୋଇଥାଏ ତେବେ ସେଥିରେ ତିଆରି ଡ୍ରେସ ବହୁତ ସୁନ୍ଦର ଦେଖାଯାଇଥାଏ ।

ଦୁପଟା/ଓଢଣୀ:

ଯଦି ଆପଣଙ୍କ ପାଖରେ ଜର୍ଜେଟ୍ କିମ୍ବା ଶିଫନ ଶାଢୀ ଥାଏ ତେବେ ସେଥିରେ ଆପଣ ଶାରାରା, ଦୁପଟା(ଓଢଣୀ) ତିଆରି କରିପାରିବେ । ଏହାକୁ ଆପଣ କୁର୍ତି ସହିତ ମଧ୍ୟ ପିନ୍ଧିପାରିବେ ।

ତକିଆ କଭର:

ଯଦି ଆପଣଙ୍କ ପାଖରେ ବନାରସୀ ଶାଢୀ ଅଛି ତେବେ ଆପଣ ତାର ବର୍ଡର ପୁରା ଲମ୍ବାରେ କାଟି ତାହାକୁ ଶିଫନ ଓ ଜର୍ଜେଟ ଶାଢୀ ସହ ଲଗାଇ ପିନ୍ଧିପାରିବେ । ବର୍ଡର କାଟିବା ପରେ ଯାହା ବଳକା ରହିଲା ସେଥିରେ ଆପଣ ତକିଆ କଭର, ଦୁପଟା କିମ୍ବା କପଡା ବ୍ୟାଗ ମଧ୍ୟ ତିଆରି କରିପାରିବେ ।

ଫ୍ଲେୟର୍ଡ ସ୍କର୍ଟ:

ଯଦି ଆପଣଙ୍କ ପାଖରେ ବ୍ରୋକେଡ ବା ଚନ୍ଦେରୀ ସିଲ୍କ ଶାଢୀ ଅଛି ତେବେ ଆପଣ ସେଥିରେ ଫ୍ଲେୟର୍ଡ ସ୍କର୍ଟ ତିଆରି କରିପାରିବେ । ଏକ ଇଣ୍ଡୋ-ୱେଷ୍ଟର୍ଣ୍ଣ ଲୁକ୍ ପାଇଁ ଆପଣ ଏହାକୁ ଏକ ସାଧା ଟପ୍ କିମ୍ବା ଫର୍ମାଲ ସାର୍ଟ ସହ ପିନ୍ଧିପାରିବେ ।

ହ୍ୟାଣ୍ଡ ବ୍ୟାଗ:

ପୁରୁଣା ଶାଢୀରେ ଆପଣ ଆପଣଙ୍କ ପାଇଁ ଏକ ସୁନ୍ଦର ହ୍ୟାଣ୍ଡ ବ୍ୟାଗ ମଧ୍ୟ ତିଆରି କରିପାରିବେ । ଯାଦି ଆପଣଙ୍କ ପାଖରେ କୌଣସି ଭାରୀ ଶାଢୀ ଅଛି ଯାହାକୁ ଆପଣ ବ୍ୟବହାର କରୁନାହାନ୍ତି ତେବେ ସେଥିରେ ଏକ ସୁନ୍ଦର ହ୍ୟାଣ୍ଡ ବ୍ୟାଗ ତିଆରି କରିପାରିବେ । ଯାହାକୁ ଆପଣ ଉତ୍ସବ ସମୟରେ ମଧ୍ୟ ବ୍ୟବହାର କରିପାରିବେ ।

ଆପଣ ଚାହିଁଲେ ଦୁଇଟି ଭିନ୍ନ ଶାଢୀକୁ ମଧ୍ୟ ବ୍ୟବହାର କରିପାରିବେ । ନଚେତ ଗୋଟେ ଶାଢୀ ସହ ଏକ ସୁନ୍ଦର ଦୁପଟା ମଧ୍ୟ ବ୍ୟବହାର କରିପାରିବେ । ଅଧିକ ସୁନ୍ଦରତା ପାଇଁ ଆପଣ କିଛି ସୁନ୍ଦର ଅଳଙ୍କାର ମଧ୍ୟ ଲଗେଇପାରିବେ । ଯଦ୍ଵାରା ଆପଣଙ୍କୁ ଏକ ଭିନ୍ନ ଲୁକ ମଧ୍ୟ ମିଳିପାରିବ ।

 

 

 

Leave A Reply

Your email address will not be published.