Latest Odisha News

BREAKING NEWS

‘ଲକ୍ଷ୍ମୀବମ’ରେ ଓଡିଆ ପୁଅ ଲୋହିତାକ୍ଷ ପଟ୍ଟନାୟକ

ଭୁବନେଶ୍ୱର: ମୁକ୍ତିଲାଭ କରିବାକୁ ଯାଉଛି ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀବମ୍’ । ଏଥିରେ ଶିଶୁ କଳାକାର ଭାବେ ନଜର ଆସିବେ ଓଡିଆ ପୁଅ ଲୋହିତାକ୍ଷ ପଟ୍ଟନାୟକ । ଏକ ଭିନ୍ନ ଚରିତ୍ରରେ ଏଥିରେ ଅଭିନୟ କରିଛନ୍ତି ଲୋହିତାକ୍ଷ ।

ଟିଜରରୁ ଯାହା ଜଣାପଡୁଛି ସେ ଏକ ପୁଅ ଭୂମିକାରେ ଥିଲେ ମଧ୍ୟ ଶାଢୀ ପିନ୍ଧି ଝିଅପିଲାଙ୍କ ପରି ବେଶ ହେଉଛନ୍ତି । ଫିଲ୍ମ ରିଲିଜ ପରେ ତାଙ୍କ ସମ୍ପୂର୍ଣ୍ଣ ଚରିତ୍ର ସମ୍ପର୍କରେ ଜଣାପଡିବ ।

ପୂର୍ବରୁ ଲୋହିତାକ୍ଷ ଓଲିଉଡର ବହୁ ଚଳଚ୍ଚିତ୍ରରେ କାମ କରିଛନ୍ତି । ସେ ‘ଡ୍ରିମଗାର୍ଲ’, ‘ପ୍ରେମରୋଗୀ’, ‘ଦିୱାନା’, ‘ମୁଁ କଣ ଏତେ ଖରାପ’, ‘ଲୋଫର୍‌’, ‘ଥୁକୁଲ୍‌’, ‘ଛୋଟା ଡନ୍‌’ ଆଦି ଫିଲ୍ମରେ ଅଭିନୟ କରିଛନ୍ତି । ଓଡିଆ ବ୍ୟତୀତ ଅନ୍ୟ ଭାଷାର ସିରିଏଲରେ ମଧ୍ୟ ସେ ଅଭିନୟ କରିଛନ୍ତି । ବଲିଉଡ ଫିଲ୍ମ ‘ବଚ୍ଚେ କଚ୍ଚେ ସଚ୍ଚେ’ ଓ ‘ଟେକ୍ ଇଟ୍ ଇଜି’ରେ ସେ ଅଭିନୟ କରିଛନ୍ତି । ଏଥି ସହ ଲୋହି ତାକ୍ଷ ଅନେକ କାର୍ଯ୍ୟକ୍ରମରେ ଆଙ୍କରିଂ ମଧ୍ୟ କରିଛନ୍ତି ।

ଆଗାମୀ ଦୀପାବଳୀରେ ରିଲିଜ ହେବ ଫିଲ୍ମ ଲକ୍ଷ୍ମୀବମ୍ । ଫିଲ୍ମର ଟିଜର ଦେଖିବା ପରେ ଏହାକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢିଯାଇଛି ।

Leave A Reply

Your email address will not be published.