Latest Odisha News

ବିନା କ୍ୟାମେରା ଅନ୍‌ କରି ଉଠାଇପାରିବେ ହ୍ବାଟ୍ସଆପ୍‌ ଭିଡିଓ କଲ୍‌ !

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ ଆଣ୍ଡ୍ରଏଡ୍ (Android)ୟୁଜରଙ୍କ ପାଇଁ ଏକ ନୂତନ ଫିଚର ଆଣିବାକୁ ଯାଉଛି । ଫିଚରଟି ହେଲା, ଭିଡିଓ କଲ୍ ଉଠାଇବା ପୂର୍ବରୁ ହିଁ କ୍ୟାମେରା ବନ୍ଦ କରିବାର ବିକଳ୍ପ ଦେବ । ଏକ ନୂତନ ରିପୋର୍ଟ ଅନୁଯାୟୀ, ଏହି ଫିଚର ବର୍ତ୍ତମାନ ଟେଷ୍ଟିଙ୍ଗ ପର୍ଯ୍ୟାୟରେ ଅଛି ଏବଂ ଏହା ହ୍ବାଟ୍ସଆପ୍‌ (WhatsApp) ବିଟା ସଂସ୍କରଣରେ ଦେଖିବାକୁ ମିଳିଛି ।

ବେଳେବେଳେ ଅନିଚ୍ଛା ସତ୍ତ୍ବେ କାହାର ଭିଡିଓ କଲ୍‌ ଉଠାଇବାକୁ ପଡ଼େ । ସେତେବେଳେ ଆପ୍‌ ସ୍ବୟଂଚାଳିତ ଭାବେ ଫ୍ରଣ୍ଟ କ୍ୟାମେରାକୁ ଅନ୍‌ କରିଥାଏ । ଅର୍ଥାତ୍‌ ଭିଡିଓ କଲ୍‌କୁ ଉଠାଇଲେ ଫ୍ରଣ୍ଟ କ୍ୟାମେରା ଅନ୍‌ ହୋଇଥାଏ । ଆଗକୁ ଆଉ ଏପରି ହେବନାହିଁ ।

ଆଣ୍ଡ୍ରଏଡ୍ ଭର୍ସନ 2.25.7.3 ପାଇଁ ହ୍ବାଟ୍ସଆପ୍ ବିଟାରେ ପ୍ରଥମେ ଆଣ୍ଡ୍ରଏଡ୍ ଅଥୋରିଟି ଦ୍ବାରା ଏହି ନୂଆ ଫିଚରକୁ ସ୍ପଟ୍ କରାଯାଇଛି, ଯେଉଁଥିରେ ୟୁଜରମାନେ ଏକ ଭିଡିଓ କଲ୍ ପାଇବା ପରେ ଶୀଘ୍ର ଏକ ନୂତନ ‘Turn off your Video’ ବିକଳ୍ପ ପାଇବେ ।

ଯଦି ଜଣେ ୟୁଜରର କ୍ୟାମେରା ପୂର୍ବରୁ ବନ୍ଦ ଅଛି, ତେବେ ହ୍ବାଟ୍ସଆପ୍‌ ରେ”Accept without video” ନାମକ ଏକ ବିକଳ୍ପ ଦେଖାଯାଇପାରେ । ଏହା ସହିତ, ୟୁଜରମାନେ କଲ୍ ସମୟରେ “Turn on your video” ବିକଳ୍ପ ପାଇବେ, କଲ୍ ସମୟରେ ଯେକୌଣସି ସମୟରେ ଭିଡିଓ ଟର୍ନ୍ ଅନ୍ କରିପାରିବେ ।

ଏହି ନୂତନ ଫିଚର ଗୁଗୁଲ୍ ମିଟ୍(Google Meet), ମାଇକ୍ରୋସଫ୍ଟ ଟିମ୍ (Microsoft Teams) ଏବଂ ଅନ୍ୟାନ୍ୟ ଭିଡିଓ-କନଫରେନ୍ସିଂ ପ୍ଲାଟଫର୍ମ ପରି କାର୍ଯ୍ୟ କରିବ, ଯାହା ୟୁଜରଙ୍କୁ ଅଧିକ ନିୟନ୍ତ୍ରଣ ଦେବ ।

 

Comments are closed.