Latest Odisha News

ପକ୍ଷୀ ପ୍ରେମୀଙ୍କ ପାଇଁ ଖୁସି ଖବର, ୩୦ ବର୍ଷ ପରେ ଏହି ସ୍ଥାନରେ ଦେଖାଗଲେ ଶାଗୁଣା ପଲ

ଧାମପୁର: ପକ୍ଷୀ ତଥା ପରିବେଶ ପ୍ରେମୀଙ୍କ ପାଇଁ ଖୁସି ଖବର । ଦୀର୍ଘ ୩୦ ବର୍ଷ ପରେ ଏହି ଅଂଚଳରେ ଶାଗୁଣା ପଲ ଦେଖିବାକୁ ମିଳିଛନ୍ତି । ଅମାନଗଢ଼ ରିଜର୍ଭ ଫରେଷ୍ଟ ବ୍ୟତୀତ ଅନ୍ୟ ସ୍ଥାନରେ ମଧ୍ୟ ଏମାନଙ୍କୁ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ୧୦୦ରୁ ଅଧିକ ଶାଗୁଣାଙ୍କୁ ଏକତ୍ର ଦେଖିବାକୁ ମିଳିଛି । ୨୦୦୦ ପରେ ପରେ ଏଠାରେ ଶାଗୁଣାଙ୍କୁ ଦେଖିବାକୁ ମିଳି ନ ଥିଲା । ଗଣନା ଅନୁସାରେ ଏବେ ସେମାନଙ୍କ ସଂଖ୍ୟା ଏହି ଅଂଚଳରେ ୧୬୫ ରହିଛି । ପକ୍ଷୀ ବିଶେଷଜ୍ଞଙ୍କ କହିବା ଅନୁସାରେ ଏମାନେ ବଡ ବଡ ଗଛର ଶୀର୍ଷରେ ରହିଥାନ୍ତି । ଏବେ ଏହି ଗଛ ସବୁ କଟାଯାଉଥିବା ଏବଂ ଏହାର ସଂଖ୍ୟା କମୁଥିବାରୁ ପ୍ରାକୃତିକ ଆବାସ ନ ପାଇ ଏମାଦେ ବିଲୁପ୍ତ ହେବାକୁ ବସିଥିଲେ । ଏବେ ଗଛ କଟା ଉପରେ କଟକଣା ଲଗା ଯାଇଥିବାରୁ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଡାଇକ୍ଲୋଫୋନିଆ ଔଷଧ ଯୋଗୁ ଏମାନଙ୍କ ସଂଖ୍ୟା କମିବା ଆଉ ଏକ କାରଣ ରହିଛି । ଯେଉଁ ପଶୁ, ପକ୍ଷୀଙ୍କୁ ଏହି ଔଷଧ ଦିଆଯାଇଥାଏ, ସେମାନଙ୍କ ମାଂସ ଖାଇବା ପରେ ଶାଗୁଣାମାନେ ମୃତ୍ୟୁମୁଖରେ ପଡିଥାନ୍ତି । ଏବେ ଏହି ଔଷଧ ଉପରେ ମଧ୍ୟ କଟକଣା ଲଗା ଯାଇଛି । ଶାଗୁଣା, ଚିଲ ଓ କାଉ ପରି ପକ୍ଷୀ ପରିବେଶକୁ ପରସ୍କାର ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।

Comments are closed.