Latest Odisha News

BREAKING NEWS

ମହିଳା ଟି୨୦ : ନକଆଉଟକୁ ଉନ୍ନୀତ ହେଲା ଓଡିଶା

ଭୁବନେଶ୍ୱର: ଥିରୁୱନ୍ତପୁରମରେ ଚାଲିଥିବା ଜାତୀୟ ମହିଳା ଟି୨୦ କ୍ରିକେଟରେ ଓଡିଶା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖି ନକଆଉଟରେ ପ୍ରବେଶ କରିଛି । ରବିବାର ମୁକାବିଲାରେ ଓଡିଶା ୨ ରନରେ ତାମିଲନାଡୁକୁ ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି । ଏପ୍ରିଲ ୨୮ରୁ ସୁରଟରେ ନକଆଉଟ ପର୍ଯ୍ୟାୟ ଆରମ୍ଭ ହେବ । ଓଡିଶା ଟିମର ଏହି ସଫଳତା ନେଇ ଓଡିଶା କ୍ରିକେଟ ଆସୋସିଏଶନ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି । ଓଡିଶା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ ହରାଇ ୧୩୩ ରନ କରିଥିଲା । ସରିତା ମେହର ୫୧ ଓ ପ୍ରଜ୍ଞା ପି ମହାନ୍ତି ୫୯ ରନର ଇନିଂସ ଖେଳିଥିଲେ । ଉଭୟ ୪ର୍ଥ ୱିକେଟରେ ଅପରାଜିତ ୧୦୯ ରନ ସଂଗ୍ରହ କରିଥିଲେ ।

ଜବାବରେ ତାମିଲନାଡୁ ନିର୍ଦ୍ଧାରିତ ଓଭରରେ ୮ୱିକେଟ ହରାଇ ୧୩୧ ରନ କରିବାକୁ ସକ୍ଷମ ହୋଇଥିଲା । ଏସ ଅନୁଷା ୫୫ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା । ପୂର୍ବରୁ ଓଡିଶା ଛତିଶଗଡକୁ ୭୧ ରନରେ, ବିହାରକୁ ୭ ୱିକେଟରେ, ତ୍ରିପୁରାକୁ ୭ ୱିକେଟରେ, ଝାଡଖଣ୍ଡକୁ ୧୬ ରନରେ ପରାସ୍ତ କରିଥିଲା ।

Leave A Reply

Your email address will not be published.