Latest Odisha News

BREAKING NEWS

ଷ୍ଟ୍ରୋକ କଣ? କିପରି କରିବେ ଏହାର ପ୍ରାଥମିକ ଚିକିତ୍ସା

ଭୁବନେଶ୍ୱର: ଏହି ଅବସ୍ଥା ସାଧାରଣ ବୟସ୍କ ବ୍ୟକ୍ତି, ଉଚ୍ଚ ରକ୍ତଚାପ ଥିବା ରୋଗୀ ଏବଂ ଦୁର୍ଘଟଣାରେ ଆଘାତ ହୋଇଥିବା ବ୍ୟକ୍ତିମାନଙ୍କଠାରେ ଦେଖାଯାଇଥାଏ । ମସ୍ତିଷ୍କକୁ ରକ୍ତ ପ୍ରଦାନ କରୁଥିବା ନଳୀ ଅବରୁଦ୍ଧ ହୋଇ କିମ୍ବା ଫାଟିଯାଇ ମସ୍ତିଷ୍କର ଷ୍ଟ୍ରୋକ ଅବସ୍ଥା ସୃଷ୍ଟି କରିଥାଏ । ଏହା ଏକ ଗୁରୁତର ଅବସ୍ଥା ଅଟେ ।

ଲକ୍ଷଣ:

ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ହେବା ସହିତ ବ୍ୟକ୍ତିଙ୍କୁ ବ୍ୟତିବ୍ୟସ୍ତ ଲାଗିଥାଏ । ଆହତ ବ୍ୟକ୍ତି କଥା କଡିବାରେ ଏବଂ ଗିଳିବାରେ ଅସୁବିଧା ଅନୁଭବ କରେ । ବ୍ୟକ୍ତି ମାନସିକ ଭାବସାମ୍ୟ ହରାଇଥାଏ ଏବଂ ବିଚଳିତ ହେବାକୁ ଲାଗେ । ଶରୀରର ଏକ ପାର୍ଶ୍ଵ ଅଙ୍ଗ ଦୁର୍ବଳ ହୁଏ କିମ୍ବା ପକ୍ଷାଘାତ ହୋଇଥାଏ । ଶ୍ଵାସକ୍ରିୟା ସମୟରେ ଘଡଘଡ ଶବ୍ଦ ଶୁଣାଯାଏ । ଆହତ ବ୍ୟକ୍ତି ପରିଶେଷରେ ଚେତାଶୂନ୍ୟ ହୋଇପାରନ୍ତି ।

ଉପଚାର

ବ୍ୟକ୍ତି ଚେତାରେ ଥିଲେ ଚିତ୍ କରି ଶୁଆଇ ଦେଇ ତକିଆ ସାହାଯ୍ୟରେ ମୁଣ୍ଡ ଏବଂ କାନ୍ଧକୂ ହୃତପିଣ୍ଡ ଉପରକୁ ଉଠାଇ ରଖ । ପକ୍ଷାଘାତରେ ପ୍ରଭାବିତ ହୋଇଥିବା ପାର୍ଶ୍ଵ ଆଡକୁ ମୁଣ୍ଡକୁ କଡାଇ ରଖ ଏବଂ ଗାମୁଛା ବା ତଉଲିଆ ପାଖରେ ରାଖୀ ପିନ୍ଧିଥିବା ଲୁଗାପଟାକୁ ଢିଲା କରିଦିଅ । ଯଥାଶୀଘ୍ର ଡାକ୍ତରପାଖକୁ ନେବାକୁ ବ୍ୟବସ୍ଥା କର । ଆହତ ବ୍ୟକ୍ତି ଅଚେତ ଅବସ୍ଥାରେ ଥିଲେ (DRABC) କ୍ରମରେ ଅନୁଧ୍ୟାନ କରି ଆବଶ୍ୟକ ଉପଚାର ଦେବାପରେ ଡାକ୍ତର ପାଖକୁ ପଠାଇଦିଅ । ଆହତ ବ୍ୟକ୍ତିକୁ ଖାଇବାକୁ କିମ୍ବା ପିଇବାକୁ ଦିଅ ନାହିଁ ।

ଏଥିରେ ମସ୍ତିଷ୍କ ସଂକୋଚନର ଚିହ୍ନ ଓ ଲକ୍ଷଣ ଦେଖାଦିଏ । ଏଥିପାଇଁ ମସ୍ତିଷ୍କ ସଂକୋଚନର ଉପଚାର ଭଳି ସମାନ ଉପଚାର ପ୍ରଦାନ କରିବାକୁ କୁହ । ଆହତ ବ୍ୟକ୍ତି ଚେତାରେ ଥିଲେ ତାକୁ ଚିତ୍ କରି ରଖ ଏବଂ ମୁଣ୍ଡ ତଳେ ତକିଆ ଦେଓ ଟେକିରଖ, ମୁହଁକୁ କଡେଇ ରଖ ଓ ପାଟିତଳେ ଗୋଟିଏ ଗାମୁଛା ଭଙ୍ଗିକରି ରଖିବା ଯାହାଦ୍ଵାରା ପାତିରୁ ବାହାରୁଥିବା ଲାଳ ଏଥିରେ ବୋହିଯିବା ଏବଂ ଶରୀରର ଲାଗିବା ନାହିଁ ।

Leave A Reply

Your email address will not be published.