Latest Odisha News

BREAKING NEWS

Emergency fund:ଇମର୍ଜେନ୍ସି ଫଣ୍ଡ ପାଇଁ କେଉଁଟା ଭଲ? FD ନା ମ୍ୟୁଚୁଆଲ୍ ଫଣ୍ଡ? ଜାଣନ୍ତୁ ନିବେଶର ସଠିକ୍ ପଦ୍ଧତି

ନୂଆଦିଲ୍ଲୀ: ଜୀବନ ଅନିଶ୍ଚିତ । କେତେବେଳେ କେଉଁ ଜରୁରୀ ପରିସ୍ଥିତି କିମ୍ବା କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ, ତାହା କେହି କହିପାରିବେ ନାହିଁ । ଏମିତି ସମୟରେ ଆମ ପାଖରେ ରହିଥିବା ସଞ୍ଚୟ ହିଁ ଆମର ଏକମାତ୍ର ସାହାରା ହୁଏ । କିନ୍ତୁ ପ୍ରଶ୍ନ ଉଠୁଛି, ଆପଣଙ୍କର ଏହି ‘ଇମର୍ଜେନ୍ସି ଫଣ୍ଡ’କୁ ଆପଣ ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍ (FD)ରେ ରଖିବା ଉଚିତ୍ ନା ମ୍ୟୁଚୁଆଲ୍ ଫଣ୍ଡରେ? ଏହି ଦୁଇଟି ଯାକ ବିକଳ୍ପର ଭଲ ଏବଂ ମନ୍ଦ ଦିଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

୧. ଲିକ୍ୱିଡିଟି ବା ଟଙ୍କା ଉଠାଇବାର ସୁବିଧା
ଜରୁରୀକାଳୀନ ପାଣ୍ଠିର ପ୍ରଥମ ସର୍ତ୍ତ ହେଉଛି ଆପଣଙ୍କୁ ଯେତେବେଳେ ଟଙ୍କା ଦରକାର, ସେତେବେଳେ ତାହା ମିଳିବା ଆବଶ୍ୟକ।

FD: ବ୍ୟାଙ୍କ FDରେ ଟଙ୍କା ରଖିଲେ ଆପଣ ଯେକୌଣସି ସମୟରେ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସାହାଯ୍ୟରେ ତାହାକୁ ଭାଙ୍ଗି ପାରିବେ । ଟଙ୍କା ତୁରନ୍ତ ଆପଣଙ୍କ ସେଭିଙ୍ଗ ଆକାଉଣ୍ଟକୁ ଆସିଯାଏ । କିନ୍ତୁ ଏଥିପାଇଁ ବ୍ୟାଙ୍କ କିଛି ପରିମାଣର ପେନାଲ୍ଟି ବା ଜୋରିମାନା କାଟିଥାଏ ।

ମ୍ୟୁଚୁଆଲ୍ ଫଣ୍ଡ: ଯଦି ଆପଣ ଲିକ୍ୱିଡ୍ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରୁଛନ୍ତି, ତେବେ ଟଙ୍କା ଆସିବାକୁ ପ୍ରାୟ ୨୪ ଘଣ୍ଟା ସମୟ ଲାଗିଥାଏ । ଯଦିଓ ଆଜିକାଲି କିଛି ଫଣ୍ଡ ହାଉସ୍ ତୁରନ୍ତ ସୁବିଧା ଦେଉଛନ୍ତି, ତଥାପି ଏହା ବ୍ୟାଙ୍କ FD ପରି ସବୁବେଳେ ଉପଲବ୍ଧ ନୁହେଁ।

୨. ରିଟର୍ଣ୍ଣ ବା ଲାଭାଂଶ
FD: ଏଥିରେ ସୁଧ ହାର ସ୍ଥିର ଥାଏ । ଆପଣ ଯେତିକି ସୁଧରେ FD କରିଥିବେ, ସେତିକି ହିଁ ମିଳିବ । ଏଥିରେ ବଜାରର ଚଢ଼ାଉ-ଉତ୍ତାରୁର କୌଣସି ପ୍ରଭାବ ପଡ଼େ ନାହିଁ ।

ମ୍ୟୁଚୁଆଲ୍ ଫଣ୍ଡ: ଇମର୍ଜେନ୍ସି ଫଣ୍ଡ ପାଇଁ ବିଶେଷଜ୍ଞମାନେ ଲିକ୍ୱିଡ୍ ଫଣ୍ଡ ର ପରାମର୍ଶ ଦିଅନ୍ତି । ଏଥିରେ FD ତୁଳନାରେ ସାମାନ୍ୟ ଅଧିକ ରିଟର୍ଣ୍ଣ ମିଳିବାର ସମ୍ଭାବନା ଥାଏ । କିନ୍ତୁ ମନେ ରଖନ୍ତୁ, ଏହା ସଂପୂର୍ଣ୍ଣ ରୂପେ ବଜାର ଉପରେ ନିର୍ଭରଶୀଳ ।

୩. ବିପଦ ବା ରିସ୍କ
ସୁରକ୍ଷା ଦୃଷ୍ଟିରୁ ବ୍ୟାଙ୍କ FD ସବୁବେଳେ ପ୍ରଥମ ପସନ୍ଦ । ଭାରତରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଜମା ଉପରେ ବୀମା ସୁରକ୍ଷା ମିଳିଥାଏ । ଅପରପକ୍ଷରେ, ମ୍ୟୁଚୁଆଲ୍ ଫଣ୍ଡରେ ସୁରକ୍ଷା ଥିଲେ ମଧ୍ୟ ସେଥିରେ ବଜାର ଜନିତ ବିପଦ ରହିଥାଏ ।

ବିଶେଷଜ୍ଞଙ୍କ ମତ: କ’ଣ କରିବା ଉଚିତ୍?
ଆର୍ଥିକ ପରାମର୍ଶଦାତାଙ୍କ ଅନୁଯାୟୀ, ଆପଣଙ୍କର ଇମର୍ଜେନ୍ସି ଫଣ୍ଡକୁ ଗୋଟିଏ ଜାଗାରେ ନରଖି ଦୁଇ ଭାଗରେ ବାଣ୍ଟି ଦିଅନ୍ତୁ ।

୧. ଫଣ୍ଡର କିଛି ଅଂଶ (ପ୍ରାୟ ୫୦-୬୦%) ବ୍ୟାଙ୍କ FDରେ ରଖନ୍ତୁ ଯାହା ଆପଣଙ୍କୁ ଅଧରାତିରେ ବି କାମରେ ଆସିବ ।

୨. ବାକି ଅଂଶକୁ ଲିକ୍ୱିଡ୍ ମ୍ୟୁଚୁଆଲ୍ ଫଣ୍ଡରେ ରଖନ୍ତୁ ଯେଉଁଠାରୁ ଆପଣ ଅଧିକ ରିଟର୍ଣ୍ଣ ପାଇପାରିବେ ।

ନିବେଶ କରିବା ପୂର୍ବରୁ ସବୁବେଳେ ନିଜର ଆବଶ୍ୟକତା ଏବଂ ସମୟକୁ ଧ୍ୟାନରେ ରଖି ନିଷ୍ପତ୍ତି ନେବା ବୁଦ୍ଧିମାନର କାମ ।

Leave A Reply

Your email address will not be published.