Latest Odisha News

BREAKING NEWS

ହଠାତ୍ ଆସିଲା ମୃତ୍ୟୁ : ପୁଅ ଆଗରେ ଚାଲିଗଲା ବାପାର ଜୀବନ

କନ୍ଧମାଳ: ଏମିତି ବି ଆସେ ମୃତ୍ୟୁ  । କାହାର କେତେବେଳେ କେଉଁଠାରେ ମୃତ୍ୟୁ ହେବ, ତାହା କେହି କହିପାରିବେ ନାହିଁ । ବାଟରେ ଯେମିତି ଯମ ଜଗି ବସିଥିଲା । ଏମିତି କିଛି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଫିରିଙ୍ଗିଆ ଥାନା ତେଲିମୁଣ୍ଡା ଛକ ନିକଟରେ  ।  ସମ୍ପର୍କୀୟଙ୍କ ଘରୁ ନିଜ ଘରକୁ ଫେରିବା ଲାଗି ବସକୁ ଅପେକ୍ଷା କରିଥିଲେ ଆଉ ଚଢିଗଲା ବୋଲେରୋ । ଫଳରେ ପୁଅ ଆଖି ଆଗରେ ଚାଲିଗଲା ବାପାର ଜୀବନ  । ମୃତକ ଯୁଗଳ ଦିଗାଲ ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଯୁଗଳ ଏବଂ ତାଙ୍କ ପୁଅ କୁଶ ଦିଗାଲ ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ  । ଆଜି ଉଭୟ ନିଜ ଘର ବାଲିଗୁଡାର ସିଙ୍ଗିମିଲା ଗାଁକୁ ଫେରିବା ପାଇଁ ତେଲିମୁଣ୍ଡା ଛକ ନିକଟରେ ବସକୁ ଅପେକ୍ଷା କରିଥିଲେ  । ହଠାତ୍ ଏତିକି ବେଳେ ଏକ ବୋଲେରୋ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଯୁଗଳଙ୍କର ମୃତ୍ୟୁ ଘଟିଥିବାବେଳେ ପୁଅ କୁଶକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.