Latest Odisha News

ହୁ’ର ଭୁଲ ନିଷ୍ପତି ଯୋଗୁ କରୋନା ମହାମାରୀ ବିଶ୍ୱରେ ବ୍ୟାପିଲା: ଆଇପିପିପିଆର

ନୂଆଦିଲ୍ଲୀ: ମହାମାରୀ ପ୍ରସ୍ତୁତି ଓ ମୁକାବିଲା ସମ୍ପର୍କୀତ ସ୍ୱତନ୍ତ୍ର ସଂଗଠନ (ଦି ଇଣ୍ଡିପେଣ୍ଡାଲ ପ୍ୟାନେଲ ଫର ପ୍ୟାଣ୍ଡେମିକ ପ୍ରିପେୟାରେଡନେସ ଆଣ୍ଡ ରେସପନ୍ସ) ବୁଧବାର ତାର ରିପୋର୍ଟ ପ୍ରଦାନ କରିଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠିକ୍ ସମୟରେ ଏ ନେଇ ସତର୍କ ସୂଚନା ଜାରୀ କରିଥାନ୍ତା ତାହେଲେ ବିଶ୍ୱରେ ଏହି ମହାମାରୀ ଏତେ ମାତ୍ରାରେ କ୍ଷତି କରି ନ ଥାନ୍ତା । ହୁର କେତେକ ଭୁଲ ନିଷ୍ପତି ଯୋଗୁ ଏ ପର୍ଯ୍ୟନ୍ତ ୩୫ ଲକ୍ଷ ଲୋକ ବିଶ୍ୱରେ ମୃତ୍ୟୁବରଣ କରି ସାରିଲେଣି ।

ଲୋକମାନଙ୍କୁ ସୁରକ୍ଷା ଓ ସତର୍କତା କରାଇବାରେ ହୁ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ଡିସେମ୍ବର ୨୦୧୯ରୁ ଚୀନର ଉହାନରେ କରୋନା ବ୍ୟାପିଥିଲା ମାତ୍ର ହୁ ଫେବୃୟାରୀ ୨୦୨୦ ପର୍ଯ୍ୟନ୍ତ ସଠିତ ସୂଚନା ଦେଇ ନ ଥିଲା । ଆଇପିପିପିଆର ଏହି ରିପୋର୍ଟ ପରେ ପୁନର୍ବାର ଚୀନ ଏବଂ ହୁ କାଠଗଡାକୁ ଆସିଛନ୍ତି ।

Leave A Reply

Your email address will not be published.