Latest Odisha News

BREAKING NEWS

କାହିଁକି ବଜାରରୁ ଉଭାନ ହୋଇଗଲା ୨୦୦୦ ଟଙ୍କିଆ ନୋଟ

ହଠାତ ଆସିଲା, ସମସ୍ତଙ୍କ ନିଦ ହଜେଇ ଦେଲା । କିଛିଦିନ ମାର୍କେଟରେ ଚହଳ ପକାଇ  ଯେମିତି ଆସିଥିଲା ସେମିତି ଅତର୍କିତ ଉଭେଇଗଲା ୨୦୦୦ ଟଙ୍କିଆ ନୋଟ । ଗତ କିଛି ବର୍ଷ ହେବ ବଜାରରେ  ନଜରକୁ ଆସୁନାହିଁ ୨୦୦୦ ଟଙ୍କିଆ ନୋଟ । ଲୋକଙ୍କର ମନେ ବି ନଥିବ କେବେ ଶେଷ ଥର ପାଇଁ କେବେ ଦେଖିଥିଲେ ୨୦୦୦ଟଙ୍କାର ସେଇ ଗୋଲାପି ନୋଟ ।

ନୋଟ ବନ୍ଦୀ ପରେ ସରକାର ୨୦୦୦ ଟଙ୍କିଆ ଗୋଲାପି ନୋଟ ପ୍ରଚଳନ କରିଥିଲେ । ହେଲେ ଖୁବ କମ ଦିନ ଭିତରେ ଉଭେଇ ଗଲା । ତେବେ କାହିଁକି ୨୦୦୦ ଟଙ୍କା ନୋଟ ଆଉ ଦେଖିବାକୁ ମିଳୁନି ?  ଏହାକୁ ନେଇ ବଡ ସୂଚନା ଦେଇଛନ୍ତି ରିର୍ଜଭ ବ୍ୟାଙ୍କ ଅଫ ଇଣ୍ଡିଆ(RBI) ।

RBIର ବାର୍ଷିକ ରିପୋର୍ଟ ଅନୁଯାୟୀ, ଆର୍ଥିକ ବର୍ଷ ୨୦୧୯-୨୦, ୨୦୨୦-୨୧ ଏବଂ ୨୦୨୧-୨୨ରେ ୨୦୦୦ ଟଙ୍କିଆ ନୋଟ ଛପା ହୋଇନଥିଲା । ଏହି କାରଣରୁ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ କମିଯାଇଛି ।

୨୦୧୭ ନଭେମ୍ୱରରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ ହୋଇଗଲା । ଏହା ବଦଳରେ ବଜାରକୁ ଆସିଥିଲା ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ  । ସେତେବେଳେ ୩୩,୬୩୦ ଲକ୍ଷ ନୋଟ ପ୍ରଚଳନ ହେଉଥିଲା, ଯାହାର ମୂଳ ମୂଲ୍ୟ ୬,୭୨ ଲକ୍ଷ କୋଟି ଟଙ୍କା ଥିଲା ।

୨୦୨୧ରେ ମନ୍ତ୍ରୀ ଅନୁରାଗ ଠାକୁର ଲୋକସଭାରେ ଜଣାଇଥିଲେ, ଗତ ଦୁଇ ବର୍ଷ ଅର୍ଥାତ ଅପ୍ରେଲ ୨୦୧୯ ଠାରୁ ଗୋଟିଏ ବି ୨୦୦୦ ଟଙ୍କିଆ ନୋଟ ଛପା ହୋଇ ନାହିଁ ।  ସେଥିପାଇଁ ବଜାରରେ ଏହି ନୋଟ କମ ଦେଖାଯାଉଛି । ୨୦୦୦ ନୋଟ ଆଗକୁ ଛପା ହେବ କି ନାହିଁ ସେ ନେଇ କିଛି ସୂଚନା ଦିଆଯାଇ ନାହିଁ

Leave A Reply

Your email address will not be published.