Latest Odisha News

BREAKING NEWS

ଜଣଙ୍କ ପରେ ଜଣେ ପୁତିନଙ୍କ ନିକଟତର ମୃତ୍ୟୁବରଣ କରୁଛନ୍ତି ରହସ୍ୟମୟ ଢ଼ଙ୍ଗରେ

ମସ୍କୋ: ରୁଷିଆ-ୟୁକ୍ରେନ ଯୁଦ୍ଧ ଅବସରରେ ଭ୍ଲାଡିମିର ପୁତିନଙ୍କ ନିକଟତର ଜଣଙ୍କ ପରେ ଜଣେ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁବରଣ କରୁଛନ୍ତି । ଯାହାକି ରୁଷ ରାଷ୍ଟ୍ରପତି ପୁତିନଙ୍କୁ ଚିନ୍ତାରେ ପକାଇଛି । ବୁଧବାର ଲୁକୋଇଲ ତେଲ କମ୍ପାନୀର ଚେୟାରମ୍ୟାନ ରବୀଲ ମାଗନୋଭଙ୍କ ମୃତ୍ୟୁ ଘଟିଛି । ରୋଗଗ୍ରସ୍ତ ଯୋଗୁ ସେ ମୃତ୍ୟୁବରଣ କରିଥିବା ପ୍ରଥମେ ରିପୋର୍ଟ ପ୍ରକାଶ ପାଇଥିଲା । ମାତ୍ର ତଦନ୍ତ ପରେ ସେ ଡାକ୍ତରଖାନା ଝରକାରୁ ପଡିଥିବା ଜଣାପଡିଛି । ସେ ନିଜେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ ଷଡଯନ୍ତ୍ର ରଚାଯାଇ ହତ୍ୟା କରାଯାଇଛି ତାର ତଦନ୍ତ ଚାଲିଛି । ପୂର୍ବରୁ ଗ୍ୟାସ ଇଣ୍ଡଷ୍ଟ୍ରି ନୋଭାଟେକର ପୂର୍ବ ଡେପୁଟି ଚେୟାରମ୍ୟାନ ସର୍ଗେଇ ପ୍ରୋଟୋସେନ୍ୟାଙ୍କ ଶବ ଏକ ସ୍ପେନିଶ ଭିଲାରୁ ପତ୍ନୀ ଓ ପିଲାଙ୍କ ସହ ମିଳିଥିଲା । ରୁଷର ପ୍ରାଇଭେଟ ବ୍ୟାଙ୍କିଙ୍ଗ କମ୍ପାନୀ ଗଜପ୍ରୋମବ୍ୟାଙ୍କର ପୂର୍ବତନ ଭାଇସ ପ୍ରେସିଡେଂଟ ଭ୍ଲାଦିସ୍ଲାବ ଆବାୟବଙ୍କ ଶବ ମସ୍କୋର ଏକ ପ୍ଲାଟରୁ ମିଳିଥିଲା । ସେହିପରି ରୁଷ ପେଟ୍ରୋଲିୟମ ବିଜନେସ କମ୍ପାନୀ ଲୁକୋଇଲର ମାଲିକ ଆଲେକଜାଣ୍ଡର ସୁବୋଟିନଙ୍କ ହାର୍ଟ ଆଟାକରେ ପରଲୋକ ହୋଇଥିଲା ।

ପୁତିନଙ୍କ ବ୍ରେନ କୁହାଯାଉଥିବା ଆଲେକଜାଣ୍ଡର ଡୁଗିନଙ୍କ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ସେ ବଂଚି ଯାଇଥିବା ବେଳେ ତାଙ୍କ ଝିଅ ମୃତ୍ୟୁବରଣ କରିଥିଲେ । ୟୁରୋପ ଦେଶ ସହ ଶତ୍ରୁତା ପରେ ପୁତିନଙ୍କ ଅଧିକାଂଶ ବ୍ୟବସାୟୀ ସାଥୀଙ୍କ ଆକାଂଉଟ ଫ୍ରିଜ କରାଯାଇଛି । ଏବେ ଜଣଙ୍କ ପରେ ଜଣେ ବନ୍ଧୁ ବିଦା ହେବାକୁ ରୁଷ-ୟୁକ୍ରେନ ଯୁଦ୍ଧ ସହ ଯୋଡାଯାଉଛି । ତେବେ ଏ ନେଇ ପୁତିନ ଶିବରରୁ କିଛି ବୟାନ ଆସି ନାହିଁ ।

Leave A Reply

Your email address will not be published.