Latest Odisha News

BREAKING NEWS

କାହିଁକି ପାଳନ କରାଯାଏ ‘ଭାଲେଣ୍ଟାଇନ୍‌ ଡେ’….?  

ପ୍ରେମ ଶାଶ୍ୱତ ଓ ଚିରନ୍ତନ । ପ୍ରେମ… ଅଢ଼େଇ ଅକ୍ଷର । ପ୍ରେମ ଏପରି ଏକ ଶଦ୍ଦ ଯାହାର ତୁଳନା କେହି କରିପାରିବେ ନାହିଁ । ଏହି ପ୍ରେମକୁ ନେଇ କେତେ କାହାଣୀ କେତେ କବିତା । ପ୍ରେମର ପରପ୍ରକାଶ କରିବା ପାଇଁ ଶଦ୍ଦର ଆବଶ୍ୟକ ପଡ଼ିନଥାଏ କେବଳ ମନର ଭାଷାକୁ ବୁଝିପାରୁଥିବା ଦରକାର । ଆଜି ସେହି ପ୍ରେମକୁ ପ୍ରତିପାଦିତ କରିବା ପାଇଁ ‘ଭାଲେଣ୍ଟାଇନ୍‌ ଡେ’ । ତେବେ ଏହି ଭାଲେଣ୍ଟାଇନ୍‌ ଡେ କେବେଠୁ ଏବଂ କାହିଁକି ପାଳନ କରାଯାଏ ଆସନ୍ତୁ ଜାଣିବା…..

ରୋମ୍‌ର ଜଣେ ପାଦ୍ରୀ ଥିଲେ  । ତାଙ୍କ ନାଁ ହେଉଛି ସେଣ୍ଟ୍‌ ଭାଲେଣ୍ଟାଇନ୍‌ । ସେ ସବୁବେଳେ ବିଶ୍ବକୁ ପ୍ରେମମୟ କରିବାକୁ ଚାହୁଁଥିଲେ । ପାଖାପାଖି ଖୀଷ୍ଟାବ୍ଦ ୨୭୦ ସମୟରେ ରୋମରେ କ୍ଲାଉଡିୟସ ଦ୍ୱିତୀୟ ନାମକ ରାଜା ଶାସନ କରୁଥାନ୍ତି । ଆଉ ସେ ନିଜକୁ ବେଶ ଶକ୍ତିଶାଳୀ କରିବାକୁ ଇଚ୍ଛା ରଖିଥାନ୍ତି । ଏଥିପାଇଁ ସେ ତାଙ୍କ ଦେଶର ସୈନ୍ୟବାହିନୀରେ ଥିବା ପ୍ରତିଟି ପୁରୁଷଙ୍କ ବିବାହ ଉପରେ ରୋକ୍ ଲଗାଇ ଦେଇଥିଲେ । ହେଲେ ସେତେବେଳେ ପାଦ୍ରୀ ଭାଲେଣ୍ଟାଇନ ଏହାକୁ ବିରୋଧ କରିବା ସହିତ ଅନେକ ସୈନ୍ୟଙ୍କ ବିବାହ ଗୁପ୍ତରେ କରାଇ ଦେଇଥିଲେ ।

ଏହା ପରେ ରାଜା ରାଗିଯାଇ ତାଙ୍କୁ ଜେଲ୍‌ରେ କଏଦୀ କରି ରଖିଥିଲେ । ଶେଷରେ ୧୪ ଫେବୃଆରୀରେ ଭାଲେଣ୍ଟାଇନଙ୍କୁ ଫାଶୀ ଦିଆଗଲା । କୁହାଯାଉଛି କି ପାଦ୍ରୀ ଜେଲ୍‌ରେ ରହିବା ସମୟରେ ଜେଲରଙ୍କ ଝିଅ ପାଇଁ ଏକ ଲଭ୍ ଲେଟର ଲେଖିଥିଲେ । ପତ୍ରର ଶେଷରେ ଲେଖାଯାଇଥିଲା କି ‘ତୁମ ଭାଲେଣ୍ଟାଇନ୍’ । ତେବେ ସେହି ଦିନଠାରୁ ପାଦ୍ରୀ ଭାଲେଣ୍ଟାଇନଙ୍କ ତ୍ୟାଗକୁ ପ୍ରେମର ପ୍ରତୀକ ଭାବେ ମନେ ରଖିବା ପାଇଁ ୧୪ ଫେବୃଆରୀକୁ ଭାଲେଣ୍ଟାଇନ୍ ଡେ ଭାବେ ପାଳନ କରାଯାଏ । ଏହି ଦିନ ପ୍ରତ୍ୟେକ ପ୍ରେମୀଯୁଗଳ ପରସ୍ପରକୁ ଗୋଲାପ ଦେଇ ଭାଲେଣ୍ଟାଇନ୍‌ ଦିବସ ପାଳନ କରିଥାଆନ୍ତି ।

Leave A Reply

Your email address will not be published.