ଭୁବନେଶ୍ବର:ଆପଣ ଦେଖିଥିବେ ମହିଳାମାନେ ନିଜ ପାଦରେ ସୁନାର ଅଳଙ୍କାର ପିନ୍ଧନ୍ତି ନାହିଁ। ତେବେ କାହିଁକି ପାଦରେ ସୁନାର ଅଳଙ୍କାର ପିନ୍ଧନ୍ତି ନାହିଁ ଆପଣ ଜାଣିଛନ୍ତି କି..
ଭଗବାନ ବିଷ୍ଣୁଙ୍କୁ ସୁନା ପ୍ରିୟ । ସୁନାର ଗହଣା ପିନ୍ଧିଲେ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି । ହଳଦିଆ ରଙ୍ଗ ମାତା ଲକ୍ଷ୍ମୀଙ୍କର ପ୍ରିୟ। ସୁନାର ରଙ୍ଗ ହଳଦିଆ ବୋଲି ଏହାର ସଂଯୋଗ ମା ଲକ୍ଷ୍ମୀଙ୍କ ସହିତ ମଧ୍ୟ ରହିଛି। ମା ଲକ୍ଷ୍ମୀ ଧନର ଦେବୀ । ଏଥିପାଇଁ ସୁନାର ଅଳଙ୍କାର ନାଭି ତଳକୁ ଧାରଣ କରିବା ଉଚିତ ନୁହେଁ। ଏପରି କରିବା ଦ୍ବାରା ଲକ୍ଷ୍ମୀ ମା’ କ୍ରୋଧିତ ହୋଇଥାନ୍ତି। ମା’କ୍ରୋଧିତ ହେଲେ ବ୍ୟକ୍ତିଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।
ସେହିପରି ସୁନାର ଗହଣାକୁ ନାଭିର ତଳକୁ ଧାରଣ କଲେ ବିଷ୍ଣୁଙ୍କର କୃପା ମଧ୍ୟ ମିଳି ନଥାଏ ଏବଂ ବହୁତ ପ୍ରକାରର ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ତେଣୁ ହିନ୍ଦୁ ଧର୍ମରେ ମହିଳାମାନେ ନିଜ ପାଦରେ ସୁନାର ପାଉଁଜି, ମୁଦି ପିନ୍ଧନ୍ତି ନାହିଁ ।
ପାଦରେ ରୂପାର ଗହଣା ପିନ୍ଧିବାକୁ ବହୁତ ଶୁଭ ବୋଲି କୁହାଯାଏ। ରୂପାରୁ ଶୀତଳତା ମିଳିଥାଏ। ଜ୍ୟୋତିଷ ଅନୁସାରେ ରୂପା ପିନ୍ଧିବା ଦ୍ବାରା ବ୍ୟକ୍ତିଙ୍କର ଚନ୍ଦ୍ରମା ମଜବୁତ ହୋଇଥାଏ। ନିଜ ଜୀବନରେ ସୁଖଶାନ୍ତି ବଢିଥାଏ । ପାଦରେ ରୂପାର ଗହଣା ପିନ୍ଧିଲେ କ୍ରୋଧ ଆସିବା ବନ୍ଦ ହୁଏ ।
Comments are closed.