Latest Odisha News

BREAKING NEWS

ମହିଳା ଲିଗ ଫୁଟବଲ: ଓଡିଶା ୧୦, ଚର୍ଚ୍ଚିଲ ବ୍ରଦର୍ସ ୦

ଅହମ୍ମଦାବାଦ: ଚଳିତ ଭାରତୀୟ ମହିଳା ଲିଗ ଫୁଟବଲରେ ଶୁକ୍ରବାର ଓଡିଶା ଏଫସି ଚମତ୍କାର ପ୍ରଦର୍ଶନ କରିଛି । ଏକ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ଓଡିଶା ଗୋଆର ଚର୍ଚ୍ଚିଲ ବ୍ରଦର୍ସକୁ ୧୦-୦ ଗୋଲରେ ପରାସ୍ତ କରିଛି । ଏଥିସହ ଗ୍ରୁପ ବିରେ ଥିବା ୮ଟିମ ମଧ୍ୟରୁ ଓଡିଶା ୪ଟି ମ୍ୟାଚରୁ ୯ ପଂଏଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି । ମଦୁରାଇର ସେଥୁ ୧୨ ପଂଏଟ ସହ ପ୍ରଥମ ସ୍ଥାନରେ ରହିଛି । ମ୍ୟାଚ ଆରମ୍ଭରୁ ଅଧିନାୟିକା ଏନ ବାଲା ଦେବୀଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ । ସେ ୬ଷ୍ଠ ଏବଂ ୨୧ତମ ମିନିଟରେ ଦଳ ପାଇଁ ୨ଟି ଗୋଲ ସ୍କୋର କରିଥିଲେ । ପ୍ରଥମାର୍ଦ୍ଧରେ ଯଶୋଦା ମୁଣ୍ଡା(୧୨ତମ), କାର୍ତିକ ଅଙ୍ଗମୁଠୁ(୩୯ତମ) ଓ କରିଶ୍ମା ଓରାମ (୧୮ତମ, ୪୮ତମ) ମିନିଟରେ ଗୋଲ ସ୍କୋର କରି ଓଡିଶାକୁ ୬-୦ରେ ଅଗ୍ରଣୀ କରାଇଥିଲେ ।

ପ୍ରଥମାର୍ଦ୍ଧରେ ସମ୍ପୂର୍ଣ୍ଣ ବ୍ୟାକଫୁଟକୁ ଆସିଥିବା ଚର୍ଚ୍ଚିଲ ବ୍ରଦର୍ସକୁ ଗୋଲ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲା । ଦ୍ୱିତୀୟାର୍ଦ୍ଧରେ ଘାନାର ଫାଉଷ୍ଟିନା ଆକପୋ(୫୬ତମ) ଓ ଲ୍ୟାଣ୍ଡା କୋମ ୬୦ତମ ମିନିଟରେ ଆଉ ୨ଟି ଗୋଲ ଦେଇଥିଲେ । ଶେଷ ଭାଗରେ ମାଳତୀ ମୁଣ୍ଡା ୬୫ ଓ ୯୧ତମ ମିନିଟରେ ସ୍କୋର କରି ଓଡିଶାର ଗୋଲ ସଂଖ୍ୟାକୁ ଦୁଇ ଅଙ୍କରେ ପଂହଚାଇଥିଲେ । ଓଡିଶା ଏଫସି ତାର ପରର୍ବତୀ ମୁକାବିଲାରେ ମେ ୭ରେ ଲର୍ଡକ ଏଫଏ କୋଚିକୁ ଭେଟିବ ।

Leave A Reply

Your email address will not be published.