Latest Odisha News

BREAKING NEWS

ବାରମ୍ବାର ଗସ୍ତକୁ ନେଇ ଚର୍ଚ୍ଚା, କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବେ କି ଅଶ୍ଵିନୀ !

କଟକ : ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ବାରମ୍ଵାର କଟକ ଗ୍ରସ୍ତ ଏବେ ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗୁରୁବାର କଟକ ରେଳ ଷ୍ଟେସନଠାରେ ଭଦ୍ରକ – ନୟାଗଡ଼ ଟାଉନ – ଭଦ୍ରକ ମେମୁ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରେଳ ମନ୍ତ୍ରୀ। ‌ଆଉ ଏହି ସବୁ କାର୍ଯ୍ୟକ୍ରମ ଗୁଡିକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିବା ଦେଖିବାକୁ ମିଳୁଛି ।

ଉଲ୍ଲେଖଯୋଗ୍ୟ, ବିଜେପିର ଜୋନ ସ୍ତରୀୟ ସାଙ୍ଗଠନିକ ବୈଠକରେ ଯୋଗ ଦେବା ପାଇଁ ଗତ ଜାନୁଆରୀ ୫ ତାରିଖରେ ଅଶ୍ଵିନୀ ବୈଷ୍ଣବ କଟକ ଆସିଥିଲେ । ଆଉ ଚଳିତ ବର୍ଷ ଏହା ହେଉଛି ଅଶ୍ଵିନୀ ବୈଷ୍ଣବଙ୍କ ଦ୍ଵିତୀୟ କଟକ ଗ୍ରସ୍ତ ।‌ ‌ପୂର୍ବରୁ ମଧ୍ୟ କଟକ ସହ ତାଙ୍କର ପ୍ରଶାସନିକ ସମ୍ପର୍କ ରହିଛି । ୨୦୦୧ ମେ ରୁ ୨୦୦୩ ଜୁଲାଇ ପର୍ଯ୍ୟନ୍ତ ଅଶ୍ଵିନୀ ବୈଷ୍ଣବ କଟକର ଜିଲ୍ଲାପାଳ ଥିଲେ । ସେପଟେ ଭାଇଚାରର ସହର ଭାବେ ଜଣାଶୁଣା, କଟକରେ ପୂର୍ବରୁ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଲୋକପ୍ରିୟତା ଥିବାରୁ ତାଙ୍କର ଆଗାମୀ ରାଜନୈତିକ ଗତିବିଧିକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.