Latest Odisha News

BREAKING NEWS

ଧୋନୀ କରିବେ କି କମବ୍ୟାକ୍?

ଭୁବନେଶ୍ବର: ଟି-୨୦ ବିଶ୍ୱକପ୍ ପାଇଁ ମେ’୧ ତାରିଖ ପୂର୍ବରୁ ଘୋଷଣା ହେବ ଟିମ୍ ଇଣ୍ଡିଆ । ଆଉ ବିଶ୍ୱକପ୍‌ରେ ଭାରତ ପାଇଁ ଖେଳିବେ ମହେନ୍ଦ୍ର ସିଂ ଧୋନି । କଥାଟା ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କାରଣ ଯେଉଁ ଖେଳାଳି ୪ ବର୍ଷ ତଳେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇସାରିଛନ୍ତି, ଏବେ ଟି-୨୦ ବିଶ୍ୱକପ୍ ପୂର୍ବରୁ ତାଙ୍କ ପ୍ରତ୍ୟାବର୍ତନ ଚର୍ଚ୍ଚା କାହିଁକି ଉଠୁଛି? ବାସ୍ତବରେ କ’ଣ ଧୋନି ଅବସର ନିଷ୍ପତି ବଦଳାଇ ପୁଣିଥରେ ଭାରତୀୟ ଦଳକୁ କମବ୍ୟାକ୍ କରିବେ ? ଆଉ ପୁଣିଥରେ ନୀଳ ଜର୍ସି ପିନ୍ଧି ହାତରେ କିପି ଗ୍ଲୋଭସ୍ ଓ ବ୍ୟାଟ୍ ଧରିବେ? ତେବେ ଏସବୁ କଥା କହିବାର ବଡ଼ କାରଣ ମଧ୍ୟ ରହିଛି । ନିକଟରେ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ୍ ଶର୍ମା ।

ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ୍‌କିପର-ବ୍ୟାଟର୍ ଆଡାମ ଗିଲଖ୍ରୀଷ୍ଟଙ୍କ ସହ ପଡକାଷ୍ଟରେ ଭାରତର ସମ୍ଭାବ୍ୟ ଟିମ୍ ଉପରେ ଆଲୋଚନା କରୁଥିଲେ ରୋହିତ । ଏହି ସମୟରେ ଗିଲଖ୍ରୀଷ୍ଟ ରୋହିତଙ୍କୁ ମଜାକିଆ ଢଙ୍ଗରେ କହିଥିଲେ ଯେ, ଆଗକୁ ବିଶ୍ୱକପ୍ ଆସୁଛି । ବିଶ୍ୱକପ୍ ପାଇଁ ମୋ ନଜରରେ ଦୁଇଜଣ ଯୁବ ୱିକେଟ୍‌କିପର ଅଛନ୍ତି । ଆଉ ଦୁହେଁ ନିକଟରେ କ୍ରିକେଟ୍ ଖେଳିବା ଆରମ୍ଭ କରିଛନ୍ତି । ଆଗାମୀ ଦିନରେ ସେମାନେ ବହୁତ କିଛି ଶିଖିବାକୁ ପାଇବେ । ଯେତେବେଳେ ରୋହିତ ଦୁଇ ୱିକେଟ୍‌କିପରଙ୍କ ନାଁ ପଚାରିଥିଲେ, ଜବାବରେ ଗ୍ରିଲଖ୍ରୀଷ୍ଟ ଦିନେଶ କାର୍ତିକ ଓ ମହେନ୍ଦ୍ର ସିଂ ଧୋନିଙ୍କ ନାଁ ନେଇଥିଲେ । ଯଦିଓ ଗ୍ରିଲଖ୍ରୀଷ୍ଟ ଏକଥା ମଜାରେ କହିଥିଲେ, କିନ୍ତୁ ରୋହିତ ଯେଉଁ ଉତର ରଖିଥିଲେ, ତାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ରୋହିତ କହିଥିଲେ, ମହେନ୍ଦ୍ର ସିଂ ଧୋନିଙ୍କୁ ୱେଷ୍ଟଇଣ୍ଡିଜ୍ ଆସିବା ପାଇଁ ମନାଇବା କଷ୍ଟକର । କିନ୍ତୁ ସେ ଆମେରିକା ଆସିପାରିବେ, କାରଣ ସେଠାରେ ଗଲ୍ଫ ଖେଳୁଛନ୍ତି । ହେଲେ, ଦିନେଶ କାର୍ତିକଙ୍କୁ ମନାଇବା ଟିକେ ସହଜ ହେବ ।

ରୋହିତ୍ ହୁଏତ ମଜାରେ ଧୋନିଙ୍କ କଥା କହିଥାଇପାରନ୍ତି, କିନ୍ତୁ କିଛି ପୂର୍ବତନ କ୍ରିକେଟର୍ ଧୋନୀଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ବିସ୍ଫୋରକ ଓପ୍ନର ବୀରେନ୍ଦ୍ର ସେହ୍ୱାଗ କହିଛନ୍ତି, ଆଇପିଏଲରେ ଧୋନିଙ୍କ ଷ୍ଟ୍ରାଇକରେଟ୍ ୨୫୦ରୁ ଅଧିକ ରହିଛି । ଆଉ ଟୁର୍ଣ୍ଣାମେଂଟରେ ଏପର୍ଯ୍ୟନ୍ତ ନଟଆଉଟ୍ ବି ରହିଛନ୍ତି । ତେଣୁ ତାଙ୍କ ଠାରୁ ଭଲ ୱିକେଟକିପର-ବ୍ୟାଟର ଆଉ କେହି ହୋଇପାରିବେନି । ଇରଫାନ୍ ପଠାନ ମଧ୍ୟ କହିଛନ୍ତି, ଯଦି ଧୋନୀ ଖେଳିବା ପାଇଁ ହଁ ଭରିବେ, ତାହେଲେ ଚୟନକମିଟି କେବେବି ଏଭଳି ପ୍ରସ୍ତାବକୁ ଅଗ୍ରାହ୍ୟ କରିପାରିବନି । ଏମିତିକି ଫ୍ୟାନ୍ ବି ଧୋନୀଙ୍କୁ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ସାମିଲ କରାଯିବା ନେଇ ଦାବି କରିଛନ୍ତି । କିନ୍ତୁ ବାସ୍ତବରେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ପ୍ରତ୍ୟାବର୍ତନ କରିବେ ନାହିଁ । କାରଣ ୫ ବର୍ଷ ଧରି ଧୋନୀ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିନାହାନ୍ତି ।

Leave A Reply

Your email address will not be published.