Latest Odisha News

ବିଜେଡି ଯୁବ ଉପସଭାପତି ରାକେଶ ନାୟକଙ୍କ ସହ ପଦ୍ମ ଧରିଲେ ବହୁ ନେତା ଓ କର୍ମୀ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି “ଡବଲ ଇଞ୍ଜିନ ସରକାର ଗଠନ” କରିବା ପାଇଁ ପ୍ରତ୍ୟେକ ଦିନ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଛି । ନୂତନ କାର୍ଯ୍ୟକର୍ତ୍ତାମାନେ ଦଳର ଶକ୍ତିକୁ ମଜଭୁତ କରିବା ସହ ସୁଦୃଢ଼ କରୁଛନ୍ତି । ଏହି ଅବସରରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ରାଜ୍ୟ ବିଜେଡି ଯୁବ ଉପସଭାପତି ରାକେଶ କୁମାର ନାୟକ ବିଜେପିରେ ସାମିଲ ହୋଇଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡି ଯୁବ ଉପସଭାପତି ରାକେଶ କୁମାର ନାୟକ ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଆଜିକୁ ମିଶାଇ ୨୫୨ଟି ମିଶ୍ରଣ ପର୍ବ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ବିକାଶ ପାଇଁ ଓଡ଼ିଶାବାସୀ ଏବେ ବିଜେଡି ଛାଡି ବିଜେପି ମୁହାଁ ହୋଇଛନ୍ତି । ଓ ଆଗକୁ ମଧ୍ୟ ଆହୁରି ଲୋକେ ମିଶିବେ ବୋଲି ଦଳ ପକ୍ଷରୁ ପ୍ରକାଶ ପାଇଛି ।

ଏହି ମିଶ୍ରଣ ପର୍ବରେ ଯାଜପୁର ଲୋକସଭା ପ୍ରାର୍ଥୀ ରବି ନାରାୟଣ ଜେନା, ରାଜ୍ୟ ସମ୍ପାଦକ ସରୋଜ କର, ସ୍ମୃତିରେଖା ପହି, ମଣ୍ଡଳ ସଭାପତି ହିମାଂଶୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.