Latest Odisha News

BREAKING NEWS

କାବୁଲରୁ ଫେରିଲେ ୧୨୦ରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ : ତାଲିବାନର ଦଖଲ ପରେ ଆଫଗାନିସ୍ତାନରେ ସ୍ଥିତି ସଙ୍ଗୀନ । ପରିସ୍ଥିତି ଅଣାୟତ୍ତ ହେଉଥିବାରୁ ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ଭାରତର ସମସ୍ତ ଦୂତାବାସ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି । ଏକ ବାୟୁସେନା ବିମାନରେ ୧୨୦ରୁ ଅଧିକ କର୍ମଚାରୀଙ୍କୁ ଜାମନଗର ଅଣାଯାଇଛି । ଏହାସହ ସମସ୍ତ ଜରୁରୀ ନଥି ମଧ୍ୟ ଅଣାଯାଇଛି । ଆଫଗାନିସ୍ତାନର ସ୍ଥିତି ପ୍ରତି ଭାରତ କଡା ନଜର ରଖିଥିବା ବେଳେ ପରବର୍ତ୍ତୀ ପଦକ୍ଷେପ ନେଇ ବିଚାର ବିମର୍ଶ ଜାରି ରହିଛି । ଏହାସହ ଆଫଗାନିସ୍ତାନର ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଜାରି ରହିଛି । ସେହିପରି ଆଫଗାନ ଶିଖ ଓ ହିନ୍ଦୁ ସମ୍ପ୍ରଦାୟ ସହ ମଧ୍ୟ ଆଲୋଚନା କରାଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ।

ସେପଟେ ଭାରତ ଫେରିବା ଲାଗି ଚାହୁଁଥିବା ଭାରତୀୟଙ୍କ ଲାଗି କେନ୍ଦ୍ର ସରକାର ଜାରି କରିଛନ୍ତି ଇ-ଏମର୍ଜେନସି ଏକ୍ସ ମିସେଲାନସ ଭିସା । ଆଫଗାନିସ୍ତାନ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଥିବା ବେଳେ ଏହି ଭିସା ଜରିଆରେ ଜଣେ ଭାରତୀୟ ତୁରନ୍ତ ଭାରତ ଫେରିବା ସହଜ ହେବ । ଯେ କୌଣସି ଧର୍ମର ଲୋକ ଏହି ଭିସା ଆବେଦନ କରିପାରିବେ ବୋଲି କୁହାଯାଇଛି । ପୂର୍ବରୁ ଦୂତାବାସ ନିକଟରେ ସେମାନେ ଭିସା ଆବେଦନ କରୁଥିଲେ । ମାତ୍ର ବର୍ତ୍ତମାନ ଦୂତାବାସ ବନ୍ଦ ହୋଇଥିବାରୁ, ସେମାନେ ଏହି ଭିସା ଅନଲାଇନ ଜରିଆରେ ଆବେଦନ କରିପାରିବେ ।

Leave A Reply

Your email address will not be published.