Latest Odisha News

BREAKING NEWS

ଏକଦା ନବୀନଙ୍କ ପସନ୍ଦ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିରୋଧୀ ବଦଳାଇଦେବେ କି ସମୀକରଣ ?

ଭୁବନେଶ୍ୱର: ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କରି ଦେଇଛନ୍ତି। ମମତାଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ଶରଦ ପ୍ରାର୍ଥୀ ହେବାକୁ ଇଚ୍ଛା ରଖିନାହାନ୍ତି ବୋଲି କହିବା ପରେ ଏବେ କିଏ ହେବେ ରାଷ୍ଟ୍ରପତି ପ୍ରାର୍ଥୀ ସେ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ବୈଠକକୁ ନିମନ୍ତ୍ରିତ ହୋଇଥିବା କିନ୍ତୁ ଦୂରେଇ ରହିଥିବା ବିଜେଡି ସୁପ୍ରିମୋ ଏକଦା ଉପରାଷ୍ଚ୍ରପତି ଭାବେ ଯେଉଁ ପ୍ରାର୍ଥୀଙ୍କୁ 2017ରେ ଛାଡି କରିଥିଲେ ସେହି ପ୍ରାର୍ଥୀଙ୍କୁ ମୈଦାନରୁ ଓହ୍ଲାଇବାକୁ ବିରୋଧୀ ଚିନ୍ତା କରିଛନ୍ତି। ଯଦିଓ ଅନେକ ନାମ ଚର୍ଚ୍ଚା ହେଉଛି ହେଲେ ବାମପନ୍ଥୀମାନେ ଗୋପାଳ ଗାନ୍ଧୀଙ୍କ ନାମକୁ ପ୍ରସ୍ତାବ ଦେଇଛନ୍ତି। ଏପରି କରି ବିଜେଡିର ସମର୍ଥନ ଆଣିବାକୁ ବିରୋଧୀ ଥୋପ ପକାଇବାକୁ ପ୍ରୟାସ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଗୋପାଳକୃଷ୍ଣ ଗାନ୍ଧୀ 2017ରେ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ। ଏହି ସମୟରେ ସେ ଏନଡିଏର ପ୍ରାର୍ଥୀ ଭେଙ୍କାୟା ନାଇଡୁଙ୍କଠାରୁ ପରାଜିତ ହୋଇଥିଲେ। ମହୋନ ଦାସ କରମ ଚାନ୍ଦ ଗାନ୍ଧୀଙ୍କ ନାତି ହେଉଛନ୍ତି ଗୋପାଳକୃଷ୍ଣ । ଯିଏକି ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ମଧ୍ୟ ପୂର୍ବରୁ ଦାୟିତ୍ୱ ତୁଲାଇଥିଲେ। ଜୁଲାଇ 18ରେ ରାଷ୍ଟ୍ରପତି ନିର୍ବାଚନ ରହିଛି। ଏହା ପୂର୍ବରୁ ବୁଧବାର ପାଖରୁ ସମସ୍ତ ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

2017ରେ ଗୋପାଳକୃଷ୍ଣଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାରେ ବିଜେଡି ଏବଂ ଜେଡିୟୁର ଭୂମିକା ଅଧିକ ଥିଲା। କିନ୍ତୁ ସେତେବେଳେ ଏହି ଦୁଇ ଦଳ କିନ୍ତୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିଲେ।

ଏନଡିଏ ଏକାକୀ ଲଢ଼ିଲେ ରାଷ୍ଟ୍ରପତି ନିର୍ବାଚନ ଜିତି ପାରିବ ନାହିଁ। ଏଥିପାଇଁ ବିଜେଡି କିମ୍ବା ଓ୍ୱାଇଏସଆର କଂଗ୍ରେସର ସମର୍ଥନ ଆବଶ୍ୟକ ରହିଛି। ତେଣୁ ବିରୋଧୀ ବିଜେଡିକୁ ବୈଠକକୁ ଡାକି ଏନଡିଏକୁ ଚେକ୍ ଦେବାକୁ ପ୍ରୟାସ କରିଥିଲେ। କିନ୍ତୁ ବିରୋଧୀ ଏବେ ଗୋପାଳକୃଷ୍ଣଙ୍କୁ ପ୍ରାର୍ଥୀ କରି ବିଜେଡିକୁ ନିଜ ପଟକୁ ଆଣିବାକୁ ଏକ ପ୍ରକାର ଥୋପ ପକାଇବାକୁ ପ୍ରୟାସ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ନବୀନ ଏବଂ ଜେଡିୟୁ ବିରୋଧୀ କ୍ୟାମ୍ପରେ ସାମିଲ ହୁଅନ୍ତି ତାହାଲେ ଏନଡିଏକୁ ନିର୍ବାଚନରେ ବିଜୟୀ ହେବାକୁ ହେଲେ ବେକେ ପାଣିବାକୁ ପଡ଼ିପାରେ ।

ଉଲ୍ଲେଖଯୋଗ୍ୟ, ମମତାଙ୍କ ମେଳିରେ ସାମିଲ ନହେବା ନେଇ ବିଜେଡି କହିଛି, ତରବରିଆ ଭାବେ ବୈଠକରେ ସାମିଲ ହେବା ଠିକ୍ ହେବନି । ପ୍ରାର୍ଥୀ ଦେଖି ଦଳର ସୁପ୍ରିମୋ ନିଷ୍ପତ୍ତି ନେବ ।

Leave A Reply

Your email address will not be published.