Latest Odisha News

BREAKING NEWS

ପୁଣି ବିରୋଧୀ କରିବେ ବୈଠକ, ଇଡିର କାର୍ଯ୍ୟାନୁଷ୍ଠାନ ନିନ୍ଦନୀୟ କହିଲେ ମମତା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ଏକ ହୋଇ ପ୍ରାର୍ଥୀ ଦେବାକୁ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। ଆଜିର ବୈଠକ ପରେ ଆୟୋଜକ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏହି ସୂଚନା ଦେଇଛନ୍ତି । ଏହାପରେ ପୁଣିଥରେ ଜୁନ୍ 20 ଏବଂ 21ରେ ଏକାଠି ହୋଇ ବୈଠକ କରିବେ ବୋଲି ଜଣାପଡ଼ିଛି। ମୁମ୍ବାଇରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଦ୍ୱାରା ଏହି ବୈଠକ ଡକାଯାଇଛି ବୋଲି ବରିଷ୍ଠ ନେତାମାନେ ବୁଧବାର କହିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ଦିଲ୍ଲୀରେ ଡକାଯାଇଥିବା ଏହି ବୈଠକକୁ ବିଜେଡି, ଆମ ଆଦମୀ ପାର୍ଟି ଏବଂ ଟିଆରଏସ ଭଳି ଆଞ୍ଚଳିକ ଦଳ ବୟକଟ୍ କରିଥିଲେ। ମୋଟ୍ 17 ଟି ଦଳର ନେତା ଯୋଗଦେଇଥିବା ସୂଚନା ରହିଛି। ବୈଠକପରେ ନେତାମାନେ କହିଛନ୍ତି ଯେ ଦେଶର ଗଣତାନ୍ତ୍ରିକ ନୀତିକୁ ସମର୍ଥନ କରୁଥିବା ଜଣେ ସାଧାରଣ ପ୍ରାର୍ଥୀଙ୍କୁ ବିରୋଧୀ ପ୍ରାର୍ଥୀ ଭାବରେ ଚୟନ କରାଯିବ। ପରବର୍ତ୍ତୀ ବୈଠକରେ ଦଳମାନେ ଏକାଠି ହୋଇ ପ୍ରାର୍ଥୀଙ୍କ ବାବଦରେ ବିଚାର କରିବେ ବୋଲି ଆଶା କରାଯାଉଛି ।

ବୈଠକ ପରେ ମମତା କହିଛନ୍ତି ଯେ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ବିଜେପି ଆକ୍ରମଣ କରୁଛି। ଏପରି ହେବା ଦ୍ୱାରା କେନ୍ଦ୍ର-ରାଜ୍ୟ ସମ୍ପର୍କ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ବିରୋଧୀ ଦଳକୁ ଟାର୍ଗେଟ କରିବା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ହେଉଛି । ସରକାର ଏଥିପାଇଁ ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରୁଛି ବୋଲି ମମତା କହିଛନ୍ତି।

ଏହି ପରିପ୍ରେକ୍ଷୀରେ ସେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର ଜେରାକୁ ନିନ୍ଦା କରିବା ସହ ତାଙ୍କ ପୁତୁରା ତଥା ଦଳର ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଇଡିର ଜେରାକୁ ନିନ୍ଦା କରିଛନ୍ତି। ଅଭିଷେକଙ୍କ ବିରୋଧରେ ବେଆଇନ କୋଇଲା କାରବାର ଏବଂ ମନି ଲଣ୍ଡରିଂ ମାମଲା ରହିଥିବା ନେଇ ଅଭିଯୋଗ ରହିଛି।

ମମତା ବାନାର୍ଜୀ ଏହି ଅବସରରେ ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରେ ବୁଲଡୋଜର ବ୍ୟବହାରକୁ ନିନ୍ଦା କରିଛନ୍ତି । ଏପରି କରି ଗଣତନ୍ତ୍ରର ମୂଳ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଥିବା ସେ ଅଭିଯୋଗ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ବିରୋଧୀ ଦଳ ଏକ ସାଧାରଣ ପ୍ରାର୍ଥୀ ଦେବେ ରାଷ୍ଟ୍ରପତି ନିର୍ବାଚନରେ।

Leave A Reply

Your email address will not be published.