Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ଗିମିନେଜଙ୍କ ଶକ୍ତିଶାଳୀ ହେଡ୍ ରେ ଉରୁଗୁଏ ଜିତିଲା ମ୍ୟାଚ୍

ମସ୍କୋ : ଆଜି ଫିଫା ବିଶ୍ୱକପରେ ଦୁଇଟି ଶକ୍ତିଶାଳୀ ଦଳ ଚମ୍ପିଆନ ଉରୁଗୁଏ ଏବଂ ଇଜିପ୍ଟ ମଧ୍ୟରେ ଅନୁଷ୍ଠିତ ଲଢେଇରେ ଜିତିଲା ଉରୁଗୁଏ । ଖେଳ ଶେଷ ହେବାର ଏକ ମିନିଟ ପୂର୍ବରୁ ଉରୁଗୁଏର ଷ୍ଟାର୍ ଷ୍ଟ୍ରାଇକର୍ ଜୋସ୍ ଗିମିନେଜ ଏକ ସୁନ୍ଦର ହେଡ଼ର୍ ଜରିଆରେ ଦଳକୁ ବିଜୟୀ କରାଇଥିଲେ ।

ଏହି ମ୍ୟାଚରେ ସମସ୍ତଙ୍କ ଲକ୍ଷ୍ୟ ରହିଥିଲା ଇଜିପ୍ଟର ଚର୍ଚ୍ଚିତ ଖେଳାଳି ମହମ୍ମଦ ସାଲାଙ୍କ ଖେଳ ଉପରେ । କିନ୍ତୁ ଦୁର୍ଭାଗ୍ୟବଶତଃ ସାଲା ଆହତ ଜନିତ କାରଣରୁ ଏହି ମ୍ୟାଚ୍ ଖେଳିପାରିନଥିଲେ । ମ୍ୟାଚ ଆରମ୍ଭରୁ ଉଭୟ ଇଜିପ୍ଟ ଓ ଉରୁଗୁଏର ଷ୍ଟ୍ରାଇକର୍ ମାନେ ବିପକ୍ଷ ଗୋଲପୋଷ୍ଟ ଉପରେ ଘନଘନ ଆକ୍ରମଣ କରିଥିଲେ ମଧ୍ୟ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ ।

ତେବେ ମ୍ୟାଚ୍ ର ୮୯ ମିନିଟ୍ ରେ ଜୋସ ଗିମିନେଜ ଚିତାକର୍ଷକ ହେଡ଼ ଗୋଲ୍ ଦେଇ ଷ୍ଟାଡ଼ିୟମରେ ଉପସ୍ଥିତ ଭରପୁର ଉରୁଗୁଏ ଦର୍ଶକଙ୍କ ହୃଦୟ ଜିତିପାରିଥିଲେ । ଆଜି ଖେଳାଯିବାକୁ ଥିବା ଅନ୍ୟ ଦୁଇଟି ମ୍ୟାଚରେ ମରୋକ୍କୋ ଇରାନକୁ ଭେଟୁଥିବା ବେଳେ ଉଭୟ ଶକ୍ତିଶାଳୀ ସ୍ପେନ ଓ ପର୍ତ୍ତୃଗାଲ ମଧ୍ୟରେ ତୃତୀୟ ମ୍ୟାଚ୍ ଅନୁଷ୍ଠିତ ହେବ ।

Leave A Reply

Your email address will not be published.