Latest Odisha News

BREAKING NEWS

ଧରାପଡିଲା ଅନୁଗୁଳର କୁଖ୍ୟାତ ଲେଡି ବ୍ରାଉନ୍ ସୁଗାର ଡିଲର୍‌

ଅନୁଗୁଳ: ବ୍ରାଉନ୍ ସୁଗାରର ଲେଡି ଡିଲରର ଗିରଫଦାର୍କୁ ନେଇ ଚର୍ଚ୍ଚାକୁ ଆସିଛି ଅନୁଗୁଳ ଜିଲ୍ଲା । ଅନେକ ଦିନ ଧରି ନାକେଦମ୍ ହୋଇପଡିଥିଲା ଜିଲ୍ଲା ଅବକାରୀ ଓ ପୋଲିସ ବିଭାଗ । ହେଲେ ଶେଷରେ ଜିଲ୍ଲାର କୁଖ୍ୟାତ ମହିଳା ବ୍ରାଉନ୍ ସୁଗାର ବିକ୍ରୟକାରୀକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।

ନାଲକୋ ନଗର ଥାନା ଗିରାଙ୍ଗ ଅଂଚଳରେ କୁନି ସାହୁ ନାମକ ଜଣେ ମହିଳା ବ୍ରାଉନ୍ ସୁଗାର ବିକ୍ରୟ କରୁଥିବା ଖବର ସାମ୍ନାକୁ ଆସିଥିଲା । ପୋଲିସ ନିକଟରେ ଏହି ସୂଚନା ଥିଲେ ବି ମହିଳା ଜଣକୁ ଧରିବା ଏତେଟା ସହଜ ନଥିଲା । ତେବେ ଆଜି କୌଣସି ପ୍ରକାର ଖବର ପାଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ତଳସାହିରେ ଚଢାଉ କରିଥିଲା ଅବକାରୀ ବିଭାଗ ।

ଚଢାଉରେ ପୋଲିସ ଜାଲରେ ପଡିଥିଲା ଅଭିଯୁକ୍ତ କୁନି ସାହୁ । ଜବତ ହୋଇଥିଲା୧୦ ଗ୍ରାମ୍ ବ୍ରାଉନ୍ ସୁଗାର ଓ ନଗଦ ୩୭ ହଜାର ୧୦୦ ଟଙ୍କା । ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ଲକ୍ଷାଧିକ ଟଙ୍କା ବୋଲି ଜଣାପଡିଛି । ଅନ୍ୟପଟେ ଗିରଫ କୁନି ସାହୁକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକ୍ଷକ ବିବେକାନନ୍ଦ ନାୟକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.