Latest Odisha News

BREAKING NEWS

ଶିଶୁ ଯୌନ ଅପରାଧ ବିରୋଧରେ ମୃତ୍ୟୁ ଦଣ୍ଡାଦେଶର ମୋହର ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଦିନକୁ ଦିନ ଶିଶୁମାନେ ଯୌନ ନିର୍ଯ୍ୟାତନାର ଶିକାର ହେଉଥିବା ବେଳେ ଆଜି କେନ୍ଦ୍ର ସରକାର ଅଭିଯୁକ୍ତମାନଙ୍କୁ ପୁରସ୍କାର ସ୍ୱରୂପ ମୃତ୍ୟୁ ଦଣ୍ଡାଦେଶ ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ଏନେଇ ସଂସଦରେ ଏକ ଅଧ୍ୟାଦେଶ ଆଣିଥିଲେ ।

କେନ୍ଦ୍ର କ୍ୟାବିନେଟ ପୋକ୍ସୋ ଆକ୍ଟର ଅଧିନିୟମରେ ସଂଶୋଧନ ଆଣି ଏହି ମଞ୍ଜୁରୀ ପ୍ରକାଶ କରିଛନ୍ତି । ଏହି ସଂଶୋଧିତ ଆଇନ ଅନୁଯାୟୀ ଶିଶୁମାନଙ୍କୁ ଯୌନ ଶୋଷଣରୁ ସୁରକ୍ଷା ଲାଗି ଦୋଷୀମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଏବଂ ପ୍ରାକୃତିକ ଦୁର୍ବିପାକ ସମୟରେ ଦୁର୍ବ୍ୟବହାରରୁ ସୁରକ୍ଷା ନିମନ୍ତେ କେତେଗୁଡିଏ ଆଇନ ସାମିଲ କରାଯାଇଛି ।

ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଟ୍ୱିଟ୍ ମାଧ୍ୟମରେ ଉଲ୍ଲେଖ କରିଛନ୍ତି “ ଶିଶୁମାନଙ୍କୁ ଯୌନ ଉତ୍ପୀଡନରୁ ରକ୍ଷା କରିବା ପାଇଁ ଅଭିଯୁକ୍ତ ମାନଙ୍କୁ ମୃତ୍ୟୁଦଣ୍ଡ ହେବା ସହ ଆଇନ କଡାକଡି କରାଯିବ । ଏହି ଧାରାରେ ପୋକ୍ସୋ ଆକ୍ଟ ଅଧିନିୟମରେ କିଛି ପରିବର୍ତ୍ତନ କରାଯାଇଛି ।

ଶିଶୁ ପୋର୍ଣ୍ଣୋଗ୍ରାଫି ଉପରେ ଅଙ୍କୁଶ ଲଗାଇବା ଲାଗି କେନ୍ଦ୍ର କ୍ୟାବିନେଟ ପୋର୍ଣ୍ଣୋଗ୍ରାଫୀ ସାମଗ୍ରୀ ଗୁଡ଼ିକୁ ନଷ୍ଟ ନକରିବା ଏବଂ ଡ଼ିଲିଟ୍ ନକରିବା ଲାଗି କଡ଼ା ଜୋରିମାନା ପରି ଆଇନ ମାଧ୍ୟମରେ ସଂଶୋଧନ ଆଣିଛନ୍ତି । ଶିଶୁ ଯୌନ ଅପରାଧର ରିପୋର୍ଟି ନକରାଯିବା ଲାଗି ମଧ୍ୟ ଦଣ୍ଡ ବିଧାନରେ ସଂଶୋଧନ ଅଣାଯାଇଛି । ଏହି ସଂଶୋଧିତ ଆଇନରେ ଉଲ୍ଲେଖ ରହିଛି ଦୁଷ୍କର୍ମ ସମୟରେ ଅସ୍ୱାଭାବିକ ଯୌନ ଉଦ୍ଦିପନା ତଥା ଯୌନ ପରିପକ୍ୱତା ଆଣିବା ଲାଗି ହରମୋନ ପ୍ରୟୋଗ କରାଯିବା ଲାଗି ଦଣ୍ଡାଦେଶର ପରିବର୍ତ୍ତନ କରାଯାଇଛି ।

୨୦୧୮ ମସିହାରେ ଶିଶୁ ଯୌନ ଶୋଷଣ ଘଟଣା ଭୟଙ୍କର ରୂପ ନେଉଥିବା ବେଳେ ବିହାରର ମୁଜାଫରନଗର ଆଶ୍ରମ ଗୃହ ଏବଂ ଉତ୍ତରପ୍ରଦେଶ ସ୍ଥିତ ଦେଓରିଆ ସେଲଟର ହୋମରେ ହୋଇଥିବା ଯୌନଶୋଷଣ ଭଳି ଲୋମହର୍ଷଣକାରୀ ଘଟଣା ଆଜି ବି ଲୋକଙ୍କ ମାନସପଟରୁ ଲିଭି ନାହିଁ ।

ଚଳିତ ବର୍ଷ କାଠୁଆ ଗଣଦୁର୍ଷ୍କମ ଘଟଣାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ପୋକ୍ସୋ ଆକ୍ଟ ଅଧିନିୟମରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ । ଏଥିସହିତ ୧୨ ବର୍ଷରୁ କମ୍ ପିଲାମାନଙ୍କ ସହ ଦୁଷ୍କର୍ମ ଘଟଣାରେ ମୃତ୍ୟୁଦଣ୍ଡ ପ୍ରଦାନ ପାଇଁ ଦାବି କରିଥିଲେ ।

Leave A Reply

Your email address will not be published.