Latest Odisha News

ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରିବାରୁ ଛୁରାମାଡ; ଦୁଇଦିନ ପରେ ଆଖି ବୁଜିଲେ ଯୁବତୀ

ଭୁବନେଶ୍ୱର: ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରିବାରୁ  ଜୀବନ ଗଲା । ଏକତରଫା ପ୍ରେମିକ ଛୁରି ଭୁଷିଦେଲା । ଗୁରୁତର ଅବସ୍ଥାରେ ଡାକ୍ତରଖାନା ବିଛଣାରେ ମୃତ୍ୟୁ ସହ ଲଢୁଥିଲେ ଯୁବତୀ । ଦୁଇ ଦିନ ପରେ ଆଖି ବୁଜି ଦେଇଛନ୍ତି । ଏ ଘଟଣା ଖୋଦ ରାଜଧାନୀର ।

ଦୁଇଦିନ ପୂର୍ବେ ରାଜଧାନୀରେ ଜଣେ ଯୁବତୀଙ୍କୁ ଛୁରାମାଡ ହୋଇଥିଲା । ମୃତ ଯୁବତୀଙ୍କ ନାଁ ବିଜୟିନୀ ସାହୁ । ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ । ୮ ଦିନ ହେବ ସେ ରାଜଧାନୀ ମଞ୍ଚେଶ୍ୱରର ଜିଜିପି କଲୋନୀରେ ଥିବା ଫାୟାର ସେଫ୍ଟିରେ ରିସେପସନିଷ୍ଟ ଚାକିରୀ କରୁଥିଲେ ।

ସେହି କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା କେନ୍ଦ୍ରାପଡାର ରମେଶ ବାରିକ ।  ସିକ୍ୟୁରିଟି ଗାର୍ଡ ରମେଶ କୁଆଡେ ବିଜୟିନୀଙ୍କୁ ଏକତରଫା ପ୍ରେମ କରୁଥିଲେ । ହେଲେ ବିଜୟିନୀ ଏହାକୁ ପ୍ରତ୍ୟାଖାନ କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ଛୁରି ଭୂଷି ଦେଇଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ହତ୍ୟାକାରୀ ରମେଶକୁ କେନ୍ଦ୍ରାପଡାରୁ ଗିରଫ କରିଛି ।

Leave A Reply

Your email address will not be published.