Latest Odisha News

BREAKING NEWS

ବିକିନି ପିନ୍ଧି ବସ୍ ରେ ଚଢିଲେ ମହିଳା, ଲୋକମାନେ ଦେଲେ ଏମିତି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆଗରୁ ମେଟ୍ରୋ ଆଉ ଏବେ ବସ୍ ର ଭିଡିଓ ଭାଇରାଲ ହେବାରେ ଲାଗିଛି । କୌଣସି ନା କୌଣସି ଖବର ସହ ସବୁବେଳେ ଫ୍ରଣ୍ଟ ଲାଇନ୍ ରେ ରହୁଛି ଦିଲ୍ଲୀ ଟ୍ରାନ୍ସପୋର୍ଟ ସର୍ଭିସ । ଦିଲ୍ଲୀର ଡିଟିସି ବସ୍‌ରେ ଜଣେ ମହିଳା ବିକିନି ପିନ୍ଧି ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ମହିଳାଙ୍କୁ ଏହିପରି ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି, ଯେଉଁଥିରେ ଲୋକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି ।

କିଛି ଲୋକ ବିକିନିରେ ଯାତ୍ରା କରିବା ଭୁଲ୍ ହୋଇଥିବା କହୁଥିବାବେଳେ ଆଉ କିଛି ମହିଳାଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ବିକିନି ପିନ୍ଧି ଏକ ଜନଗହଳି ପୂର୍ଣ୍ଣ ବସ୍ ରେ ଚଢୁଛନ୍ତି । ତାଙ୍କ ନିକଟରେ ଠିଆ ହୋଇଥିବା ଅନ୍ୟ ମହିଳା ତାଙ୍କ ଠାରୁ ଦୂରେଇ ଯାଉଛନ୍ତି । ବସ୍ କଣ୍ଡକ୍ଟର ମଧ୍ୟ ବିକିନି ପିନ୍ଧିଥିବା ମହିଳାଙ୍କୁ ଦେଖିବା ପରେ ସେହି ସ୍ଥାନରୁ ଉଠି ଡ୍ରାଇଭର ପାଖକୁ ପଳାଇଯାଉଛନ୍ତି । ଅନ୍ୟ କେତେକ ଲୋକ ମଧ୍ୟ ମହିଳାଙ୍କୁ ଦେଖିବା ପରେ ନିଜ ଆସନରୁ ଉଠୁଥିବା ଦେଖିବାକୁ ମିଳିଛି । ଭାଇରାଲ ହେଉଥିବା ଭିଡିଓଟି 12 ସେକେଣ୍ଡର ।

ଅନଲାଇନରେ ସେୟାର ହେବା ପରେ ମହିଳାଙ୍କ ଏହି ଭିଡିଓକୁ ହଜାର ହଜାର ଲୋକ ଦେଖିସାରିଛନ୍ତି । ଲୋକମାନେ ଏହି ଭିଡିଓ ଉପରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି । କିଛି ଲୋକ ଏହାକୁ ବିରୋଧ କରି କହିଛନ୍ତି ଯେ ଏପରି ପୋଷାକ ପିନ୍ଧି ବସ୍‌ରେ ଯାତ୍ରା କରିବା ଠିକ୍ ନୁହେଁ ।

ବସ୍ ରେ ଥିବା ଆଉ କିଛି ଲୋକ ଏହି ମହିଳାଙ୍କ ବିରୋଧରେ ପୋଲିସରେ ମାମଲା ରୁଜୁ କରିବାକୁ ଦାବି କରିଥିଲେ । ଆଉ କିଛି ଲୋକ ମହିଳାଙ୍କ ସପକ୍ଷରେ ବାହାରି କହିଛନ୍ତି ଯେ ସେ କେଉଁ ପ୍ରକାରର ପୋଷାକ ପିନ୍ଧିବାକୁ ଚାହୁଁଛନ୍ତି ସେଇଟା ତାଙ୍କର ଇଚ୍ଛା ।

Leave A Reply

Your email address will not be published.