Latest Odisha News

BREAKING NEWS

କଂଗ୍ରେସର ନିର୍ବାଚନ ଇସ୍ତାହାର ପ୍ରକାଶ, ମହିଳା ଓ କୃଷକଙ୍କ ପରି ୧୯ଟି ପ୍ରସଙ୍ଗକୁ ଦଳର ଗୁରୁତ୍ୱ

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସର ଓଡ଼ିଶା ଶାଖା ପକ୍ଷରୁ ଇସ୍ତାହାର ପ୍ରକାଶ ପାଇଛି । ଏହି ନିର୍ବାଚନୀ ଇସ୍ତାହାରରେ କଂଗ୍ରେସ ମହିଳା, କୃଷକ, ଯୁବବର୍ଗ ତଥା ଜନଜାତି ଓ ଅନୁନ୍ନତ ଜାତିଙ୍କ ପରି ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛି ।

ରବିବାର ଦିନ କଂଗ୍ରେସ ଭବନଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ନିର୍ବାଚନ ଇସ୍ତାହାର ପତ୍ରକୁ ଉନ୍ମୋଚନ କରିଥିଲେ । ଏହି ଇସ୍ତାହାର ଉନ୍ମୋଚନ ଅବସରରେ କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ଗଣେଶ୍ୱର ବେହେରା ଉପସ୍ଥିତ ରହିଥିଲେ ।

ଯେଉଁ ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକୁ କଂଗ୍ରେସ ଅଗ୍ରାଧିକାର ଦେଇଛି ସେଗୁଡ଼ିକ ହେଲା –

‘ନ୍ୟାୟ’ ଯୋଜନାରେ ପ୍ରତି ଗରିବ ପରିବାରଙ୍କୁ ମାସିକ ୬ ହଜାର ଟଙ୍କାର ସହାୟତା । ଯଦି ଓଡିଶାରେ କଂଗ୍ରେସ ସରକାର ଗଢେ ତେବେ ଗରିବ ଲୋକଙ୍କ ମାସିକ ୬ ହଜାର ଟଙ୍କା ଲେଖାଏଁ ଆୟର ଗ୍ୟାରେଂଟି ଦିଆଯିବ । ଆଉ ଏହି ଟଙ୍କା ଗରିବ ପରିବାରର ମହିଳାଙ୍କ ଖାତାରେ ଜମା କରିବ ଦଳ ।

ସେହିପରି ପ୍ରତି ପରିବାରକୁ ସରକାରୀ ହେଉ ଅବା ବେସରକାରୀ ହେଉ, ଯୁବକମାନଙ୍କ ନିଯୁକ୍ତି ଦିଆଯିବ ।  ଚାକିରି ଆରମ୍ଭର ବୟସ ସୀମାକୁ ମଧ୍ୟ ବୃଦ୍ଧି କରାଯିବ ।  ଯୁବକମାନଙ୍କୁ ମାସିକ ୩ ହଜାର ଟଙ୍କା ବେକାରୀ ଭତ୍ତା ଦିଆଯିବ ।  ଠିକା କର୍ମଚାରୀଙ୍କୁ ନିୟମିତ କରାଯିବ ।  ୨୦୨୪ ସୁଦ୍ଧା ସମସ୍ତଙ୍କୁ ଘର ଓ ଭୂମି ଦେବାକୁ ବି ପ୍ରତିଶ୍ରୃତି ଦେଇଛି କଂଗ୍ରେସ ।

ମହିଳା ସଶକ୍ତିକରଣ ପାଇଁ ପାର୍ଲାମେଂଟ, ବିଧାନସଭା ଓ ସମସ୍ତ ସରକାରୀ ଚାକିରୀରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଇସ୍ତାହାରରେ କହିଛି କଂଗ୍ରେସ ।  ସେହିଭଳି ୬ ମାସ ଭିତରେ ଚିଟଫଣ୍ଡ ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଫେରାଯିବ । ମନରେଗାକୁ ୧୫୦ ଦିନ ବଢାଯିବ ।

୨୦୨୪ ସୁଦ୍ଧା ସମସ୍ତ ଗାଁ ଓ ସହରାଂଚଳ ବାସିନ୍ଦାଙ୍କୁ ପିଇବା ପାଣି ଦିଆଯିବ ।  ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୯ ହଜାର ଟଙ୍କାର ମାସିକ ଦରମା ବଢାଇବାକୁ ବି ପ୍ରତିଶ୍ରୃତି ଦେଇଛି କଂଗ୍ରେସ ।

ମହିଳାଙ୍କୁ ମାଗଣ ଶିକ୍ଷା ଓ ଗରିବ ପରିବାରକୁ ବିବାହ ପାଇଁ ଆର୍ଥିକ ସହାୟତା ଦେବାକୁ ବି କଂଗ୍ରେସ ପ୍ରତିଶ୍ରୃତି ଦେଇଛି । ସେହିଭଳି ଦ୍ୱାଦଶ ଯାଏଁ ମହିଳାମାନଙ୍କୁ ମାଗଣା ଶିକ୍ଷା। ମହିଳାମାନଙ୍କ ବୈଷୟିକ ଶିକ୍ଷା ପାଇଁ ସରକାରୀ କଲେଜରେ ମାଗଣା ଶିକ୍ଷାଦାନ। ବାହାଘର ସମୟରେ ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ। ମହିଳାମାନଙ୍କ ନାମରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରି ନିଆଯିବ।

ଚାଷୀମାନଙ୍କ ପାଇଁ କଂଗ୍ରେସ ଇସ୍ତାହାରରେ ରହିଛି କି, ଯଦି କଂଗ୍ରେସ ସରକାର ଗଢେ ତେବେ ଚାଷୀଙ୍କ ଋଣ ଛାଡ କରାଯିବ । ୨ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ଛାଡ କରାଯିବ । ଚାଷ ପାଇଁ ବ୍ୟବହୃତ ବିଦ୍ୟୁତକୁ ଛାଡ କରାଯିବ । ଯେଉଁଠି ମହିଳା ଚାଷୀ ଥିବେ ତାଙ୍କୁ ମାଗଣାରେ ଦିଆଯିବ ।

ଯେଉଁ ଚାଷୀମାନେ ଋଣ ଫେରାଇ ଦେଇଛନ୍ତି, ସେମାନଙ୍କର ଟଙ୍କା ଫେରସ୍ତ କରିଦିଆଯିବ । ଏହାବ୍ୟତୀତ ସୋଲାର ପମ୍ପ ଚାଷୀ ମାନଙ୍କୁ ଦିଆଯିବ ।  ବାର୍ଦ୍ଧକ୍ୟ ପେନ୍‌ସନ୍‌ ୧୫୦୦ ଟଙ୍କା ଦିଆଯିବ। ବିଧବା ଓ ଅସହାୟ ପେନ୍‌ସନ୍‌ ରାଶି ୨୦୦୦ ଟଙ୍କା କରାଯିବ। ୭୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ମଧ୍ୟ ୨୦୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳିବ।  ଏହାଛଡା ୩ ବର୍ଷ ପାଇଁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ବର୍ଷକୁ ଅନ୍ୟାନ୍ୟ ଚାଷ କାମ କରିବା ପାଇଁ ଆର୍ଥିକ ସହାୟତା ଦିଆଯିବ ।

ଧାନର ଏମଏସପି ମୂଳ ତଥା ୨ହଜାର ୬୦୦ଟଙ୍କାରେ ଚାଷୀମାନଙ୍କଠାରୁ କିଣିଯିବ । ମୀନାଥମ କମିଟିକୁ ଦଳ ଗ୍ରହଣ କରିବ । ଏବଂ ଧାନ ବ୍ୟତୀତ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟକୁ ଗୁରୁତ୍ୱ ଦେବୁ ।  ସ୍ୱାମୀନାଥମ କମିଟିକୁ ଦଳ ଗ୍ରହଣ କରିବ । ଏବଂ ଧାନ ବ୍ୟତୀତ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟକୁ ଗୁରୁତ୍ୱ ଦେବୁ ।  ସମସ୍ତ ପ୍ରାଥମିକ ଓ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ସବୁ ପ୍ରକର ନିଦାନ, ଅସ୍ତ୍ରୋପଚାର ଆଦି ମାଗଣାରେ କରାଯିବ ।

 

Leave A Reply

Your email address will not be published.