Latest Odisha News

BREAKING NEWS

କେମିତି?

କେମିତି?
ପ୍ରଜ୍ଞା ପାରମିତା

ନିମିଷକେ ପାରିଲିନି ଜାଣି
ତୁମ ଆଗମନର ସମ୍ବାଦ…

ନା ବାରି ପାରିଲି
ତୁମ ବାସ୍ନାର ଆଭାସ

କେମିତି ଦୃଷ୍ଟି ନିକ୍ଷେପିଲ
ଏଇ ପଥଶ୍ରାନ୍ତ ପଥିକ ଉପରେ

କେମିତି ଅଣ୍ଡାଳି ପାରିଲ ମୋତେ
ଏ ଅଗନା ଅଗନି ବନସ୍ତ ମଧ୍ୟରେ

ମୁଁ ତ ହରାଇ ସାରିଥିଲି
ମୋ ଜୀବନର ସତ୍ତା
ବାଟ ହୁଡ଼ି ଯାଇଥିଲା
ଧୈର୍ଯ୍ୟ ଆଉ ନିରାପତ୍ତା

ମାଂସାସୀଙ୍କ ଗହଣରେ
ମୀମାଂସାର ଗହଳିରେ
ଥକି ପଡିଥିଲା ଏ
ଥରଥର ପାଦ

ରୋଧ ନିଶ୍ୱାସର ଭାରାରେ
ମାପି ଚାଲୁଥିଲି ହୃଦୟର ଗତି

ଆଉ ତୁମେ,
ଅଜାଣତେ ଦେଇଗଲ
ଅମୃତ ପସରା
ଦରଦର ଦରଜା ଚିରି
ପ୍ରଲେପି ଦେଲ ସୁଖର ମଲମ

ପ୍ରହେଳିକାରୁ କୁହେଳିକା ଯାଏଁ
ଯୋଖିଦେଲ କୁହୁକ ଇଲମ
ଆଉ
ଅଜାଣତେ ଘୋଡାଇ ଚାଲିଗଲ
ଅହେତୁକ ଅନାବିଳ
ସ୍ନେହର ପଲମ ।

ଓଡ଼ିଶା ସମ୍ବାଦର ସାହିତ୍ୟ ବିଭାଗକୁ ଲେଖାପଠାଇବାକୁ ଚାହୁଁଥିଲେ ତଳ ଆଇଡିରେ ମେଲ୍‍ କରନ୍ତୁ:
sahitya.odishasambad@gmail.com
(ଲେଖା ସହିତ ନିଜର ଏକ ଫଟୋ, ଜନ୍ମ ତାରିଖ, ମୋବାଇଲ ନମ୍ବର ପଠାଇବାକୁ ଭୁଲିବେନି)

Leave A Reply

Your email address will not be published.