Latest Odisha News

ଜାତୀୟ ମହିଳା ହକି : ଓଡିଶା ଚାମ୍ପିୟନ

ଭୁବନେଶ୍ୱର: ଭୋପାଳରେ ଚାଲିଥିବା ଜାତୀୟ ମହିଳା ସିନିୟର ହକି ଫାଇନାଲରେ ଓଡିଶା ୨-୦ ଗୋଲରେ କର୍ଣ୍ଣାଟକକୁୂ ପରାସ୍ତ କରି ଚାମ୍ପିୟନ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛି । ପ୍ରଥମ ଥର ପାଇଁ ଓଡିଶା ମହିଳା ହକିରେ ଏହି ଐତିହାସିକ ସଫଳତା ହାସଲ କରିଛି । ଫାଇନାଲରେ ଓଡିଶା ଖେଳାଳିମାନେ ଆକ୍ରମଣାତ୍ମକ ପ୍ରଦର୍ଶନ କରି ବିପକ୍ଷ ଦଳକୁ ଚାପରେ ରଖିଥିଲେ । କର୍ଣ୍ଣାଟକ କୌଣସି ଗୋଲର ସୁଯୋଗ ନ ପାଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିଲା ।

ପୂର୍ବରୁ ସେମିଫାଇନାଲରେ ଓଡିଶା ୫-୦ ଗୋଲରେ ଝାଡଖଣ୍ଡକୁ ଓ କ୍ୱାର୍ଟର ଫାଇନାଲରେ ମଧ୍ୟପ୍ରଦେଶକୁ ପରାସ୍ତ କରିଥିଲା । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ଓଡିଶା ଖେଳାଳିଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା । ଦଳ ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରିଥିଲା ।

Leave A Reply

Your email address will not be published.