Latest Odisha News

BREAKING NEWS

ଜିତିବା ପରେ ଦୀପାଳିଙ୍କ ସହ କଥା ହେଲେ ନବୀନ, କହିଲେ ‘ଝାରସୁଗୁଡ଼ାର ବିକାଶ ପାଇଁ କାମ କର’

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ଦୀପାଳି ଦାସ ବିଜୟ ହେବା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଐତିହାସିକ ବିଜୟ ପାଇଁ ଫୋନରେ ନବୀନ, ଦୀପାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଝାରସୁଗୁଡ଼ାର ଦ୍ରୁତ ବିକାଶ ପାଇଁ କାମ କରିବାକୁ ଦୀପାଳିଙ୍କୁ ପରାମର୍ଶ ଦେଇଛନ୍ତି ନବୀନ । ଏଥିସହ ବିଜେଡି ଉପରେ ଭରସା, ବିଶ୍ୱାସ ଅତୁଟ ରଖି ଭୋଟ୍ ଦେଇଥିବାରୁ ନବୀନ ଝାରସୁଗୁଡ଼ାବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ମେ ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ହୋଇଥିଲା । ଆଜି ଭୋଟ୍ ଗଣତି ହୋଇ ଫଳାଫଳ ବାହାରିଥିବା ବେଳେ ଦୀପାଳି ୪୮ ହଜାର ୭୨୧ ଭୋଟ୍ ବ୍ୟବଧ୍ୟାନରେ ବିଜୟୀ ହୋଇଛନ୍ତି । ଦୀପାଳିଙ୍କୁ ୧ ଲକ୍ଷ ୭ ହଜାର ୧୯୮ ଭୋଟ୍ ମିଳିଥିବା ବେଳେ ବିଜେପିର ଟଙ୍କଧର ତ୍ରିପାଠୀ ପାଇଛନ୍ତି ୫୮ ହଜାର ୪୭୭ ଭୋଟ୍ । ସେହିଭଳି କଂଗ୍ରେସ ପାଇଛି ୪୪୯୬ ଖଣ୍ଡ ଭୋଟ୍ ।

ଜାନୁଆରୀ ୨୯ରେ ବ୍ରଜରାଜନଗରରେ ଏକ କାର୍ଯ୍ୟକମକୁ ଯାଉଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଅତି ନିକଟରୁ ଗୁଳିମାଡ଼ ହୋଇଥିଲା । ଗୁଳିମାଡ଼ କରିଥିଲେ ପୋଲିସ ଏଏସ୍ଆଇ ଗୋପାଳ ଦାସ ।

ଉପନିର୍ବାଚନରେ ଦୀପାଳିଙ୍କ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଚାର କରିଥିଲେ । ବାପାଙ୍କ ପରେ ଝିଅକୁ ଝାରସୁଗୁଡ଼ାବାସୀଙ୍କ ସେବା ପାଇଁ ସୁଯୋଗ ଦେବାକୁ କହିଥିଲେ ।

Leave A Reply

Your email address will not be published.