Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] କେବେ ଖୋଲିବ କାଗଜ କଳ? ହାତ ବାନ୍ଧି ବସିଛନ୍ତି ଶହଶହ ଶ୍ରମିକ

ଝାରସୁଗୁଡ଼ା : ଓରିଏଣ୍ଟ କାଗଜକଳ ଏକ ସାଧାରଣ ନାଁ ନୁହଁ  । ଏହା ଥିଲା ବ୍ରଜରାଜନଗରର ପରିଚୟ ।   ପ୍ରତି ମାସର ୯ ତାରିଖ ରେ କାଗଜ କଳ ସମ୍ମୁଖରେ ବସୁଥିଲା ଏକ ବଡ ଧରଣର ହାଟ।  ସକାଳର ପ୍ରଥମ ସାଇରନ ରେ ବ୍ରଜରାଜନଗର ହୋଇଉଠୁଥିଲା ଚଳଚଞ୍ଚଳ । ସେ ସାଇରନ ଯେପରି ପାଲଟିଯାଇଥିଲା ସମସ୍ତଙ୍କ ଅତି ନିଜର। କିନ୍ତୁ  ବିଡମ୍ବନା; ଯେଉଁ କାଗଜକଳ ପାଇଁ ବ୍ରଜରାଜନଗର ନିଜର ପ୍ରତିଷ୍ଠା ଆଣିଥିଲା ୧୯୯୯ ରେ ଏହି ଏହି କାଗଜକଳ ସମ୍ପୂର୍ଣ ରୂପେ ବନ୍ଦ ହୋଇଗଲା । ତା ପରଠାରୁ ଶ୍ରମିକଙ୍କ ଦୁଃଖ କାହାଣୀ ଶୁଣିବାକୁ ଯେମିତି କେହି ନାହିଁ । ଯନ୍ତ୍ରାଂଶରେ ଲାଗିଚାଲିଛି କଳଙ୍କି । ଆଉ ତାହା ସହ ତାଳ ଦେଇ ବଢିଚାଲିଛି କର୍ମଚାରୀଙ୍କ ଦୁଃଖ ।

ବନ୍ଦ ହେବାର କାରଣ ଖୋଜି ବସିଲେ ଏହି କାଗଜକଳ ବନ୍ଦ ହେବାର ଅନେକ କାରଣ ରହିଛି । ଯେମିତି କଞ୍ଚା ମାଲର ଅଭାବ ସାଙ୍ଗକୁ ଶ୍ରମିକ ମାଲିକ ମଧ୍ୟରେ ଯୋଗ ସୂତ୍ରର ଅଭାବ, ରାଜନୈତିକ ନେତା ମାନଙ୍କ ଅଯଥା ମୁଣ୍ଡଖେଳେଇବା । ଏହି ସବୁ କାରଣରୁ କାଗଜକଳ ବନ୍ଦ ହୋଇପଡ଼ି ରହିଛି । ଯାହା ଉପରେ ନିର୍ଭର କରି ପେଟପଟଣା ବଂଚାଉଥିବା ଲୋକେ ହାତ ବାନ୍ଧି ବସିଛନ୍ତି । ପ୍ରତିଥର କେବଳପ୍ରତିଶ୍ରୁତିରେ ସରିଯାଉଛି କାମ ।

ବନ୍ଦ ରହିଛି କାରଖାନା । ନା ବାଜୁଛି ସାଇରନ, ନା ସରୁଛି ଏଠି କାମ କରୁଥିବା ଶ୍ରମିକଙ୍କ ଦୁଃଖ କାହାଣୀ ।  କେବେ ଛାଡିବ ଯନ୍ତ୍ରାଂଶରୁ କଳଙ୍କି ଆଉ ଦୂର ହେବ ଦୁର୍ଦ୍ଦଶା । ଏବେ ବି ଆଶାରେ ହଜାର ହଜାର ଶ୍ରମିକ । ଆଶା ଓ ପ୍ରତିସୃତି ଦେଇ ଦେଖା ଯାଉ ଉପ ନିର୍ବାଚନ ରେ ଆଉ କଉ ନେତା କଣ ପ୍ରତିଶ୍ରୁତି ଦେବେ ବ୍ରଜରାଜନଗର ପେପରମିଲ ପାଇଁ।

Leave A Reply

Your email address will not be published.