Latest Odisha News

BREAKING NEWS

କମେଡିର ଡବଲ୍ ଡୋଜ୍ ଦେବାକୁ ଏକାଠି ଆସୁଛନ୍ତି ପପୁ ପମ୍‌ପମ୍ ଓ ପ୍ରଜ୍ଞା

ଜୀ ସାର୍ଥକ ଫିଲ୍ମସ୍ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମର କାହାଣୀ ଭାର ଖୋଦ ପପୁ ପମ୍‌ପମ୍ ସମ୍ଭାଳିଛନ୍ତି

ଭୁବନେଶ୍ୱର: ଓଲିଉଡ ଜଗତରେ କମେଡି ମାମଲାରେ ଯଦି ପ୍ରଥମ ଦୁଇଜଣଙ୍କ ନାଁ ସାମ୍ନାକୁ ଆସେ, ତେବେ ସେହି ତାଲିକାରେ ନିଶ୍ଚିତ ଭାବେ ପପୁ ପମ୍‌ପମ୍ ଓ ପ୍ରଜ୍ଞା ରହିବେ । ଏହି ରେଟିଂ ଜରିଆରେ ଦର୍ଶକଙ୍କୁ ହସାଇବା ଲାଗି ବହୁଦିନର କଳ୍ପନାଜଳ୍ପନା ପରେ ଦୁଇ କମେଡି ଷ୍ଟାର୍ ବଡ ପରଦାରେ ଏକାଠି ଆସୁଛନ୍ତି ।

ଫିଲ୍ମର ଟାଇଟଲ୍ ରହିଛି “ଡିଟେକ୍ଟିଭ୍ କରନ୍‌-ଅର୍ଜୁନ୍‌” । ଫିଲ୍ମର ଟାଇଟଲ୍ ପରି ଦୁହିଁଙ୍କୁ ଟିଡେକ୍ଟିଭ ଭାବେ କରନ୍ ଓ ଅର୍ଜୁନ୍ ଭୂମିକାରେ ଦେଖିବାକୁ ମିଳିବ । ଖାସ କରି କମେଡି ଥିମ୍ ଉପରେ ନିର୍ମିତ ଏହି ଫିଲ୍ମରେ ପ୍ରିୟଙ୍କା ମହାପାତ୍ର, ପ୍ରିୟଙ୍କା ମହାନ୍ତି ଓ ଲିପ୍ସା ମିଶ୍ରଙ୍କୁ ଫିମେଲ୍ ଲିଡ୍ କ୍ୟାରେକ୍ଟରରେ ଦେଖିବାକୁ ମିଳିବ । ତେବେ ଅନ୍ୟ ପ୍ରମୁଖ ଭୂମିକାରେ ବି ଟୁକୁନା ଷ୍ଟାଇଲିସ୍‌, ପ୍ରଜ୍ଞା ମହାନ୍ତି, ଜୀବନ ପଣ୍ଡା, କୁନା ତ୍ରିପାଠୀ, ହାଡୁ, ଅରବିନ୍ଦ ଷଢଙ୍ଗୀ, ରାଜୀବ, କାଳୀ, ମନୋଜ, ସୁଶା ଦିଗବିଜୟ, ସୁମିତ ଓ ସଂଗ୍ରାମଙ୍କ ଭଳି ଜଣାଶୁଣା କଳାକାର ମଧ୍ୟ ଅଛନ୍ତି ।

ଜୀ ସାର୍ଥକ ଫିଲ୍ମସ୍ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମର କାହାଣୀ ଭାର ଖୋଦ ପପୁ ପମ୍‌ପମ୍ ସମ୍ଭାଳିଛନ୍ତି । ଅନ୍ୟପଟେ ସଂଳାପ ଦାୟିତ୍ୱ ନେଇଛନ୍ତି ଟୁକୁନା ଷ୍ଟାଇଲିସ୍ । ଅଶ୍ୱିନୀ ଗଡନାୟକଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମର ପୋଷ୍ଟ ପ୍ରଡକ୍ସନ୍ କାମ ପ୍ରାୟତଃ ଶେଷ ହୋଇସାରିଛି । ଦମଦାର୍ କାହାଣୀ ଓ ଷ୍ଟାରକାଷ୍ଟକୁ ବାଦ୍ ଦେଲେ ଫିଲ୍ମର ମ୍ୟୁଜିକ ମାମଲାରେ ବି କୌଣସି ପ୍ରକାର ସାଲିସ୍ କରାଯାଇନି । ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ (ସଙ୍ଗୀତ) ନିର୍ଦ୍ଦେଶନାରେ ଫିଲ୍ମରେ ଥିବା ସମସ୍ତ ଗୀତଗୁଡିକ ବେଶ ମନଛୁଆଁ ହୋଇପାରିଛି ।

ଫିଲ୍ମ “ଡିଟେକ୍ଟିଭ୍ କରନ୍‌-ଅର୍ଜୁନ” ମେ’ ୧୫ ତାରିଖ ରବିବାର ସଂଧ୍ୟା ୬ଟା ୩୦ ମିନିଟ୍ ସମୟରେ ଜୀ ସାର୍ଥକରେ ୱାର୍ଲଡ୍ ଟଲିଭିଜିନ୍ ପ୍ରିମିଅର ସୋ’ ଜରିଆରେ ଦର୍ଶକଙ୍କ ସାମ୍ନାକୁ ଆସିବ । ତେବେ ଦେଖାଯାଉ ଓଲିଉଡ ଉପରେ ଲାଗିଥିବା କପି ପେଷ୍ଟ ଟ୍ୟାଗକୁ ଆଡେଇଏହି ଫିଲ୍ମଟି କେତେଦୂର ଦର୍ଶକଙ୍କ ନିକଟରେ ଆଦୃତା ଲାଭ କରିପାରୁଛି ।

Leave A Reply

Your email address will not be published.