Latest Odisha News

ବିଶ୍ୱକପ କ୍ରିକେଟ: ୨୦୦୩ ଓ ୨୦୨୩ ସଂଯୋଗ କଣ କରୁଛି ଇଶାରା

ମୁମ୍ବାଇ: ନଭେମ୍ବର ୧୯ରେ ଅହମ୍ମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ୨୦ ବର୍ଷ ପରେ ୨ଟିମ ଫାଇନାଲରେ ପରସ୍ପରକୁ ସାମ୍ନା କରିବେ । ୨୦୦୩ର ସଂଯୋଗ ଯାହା କିଛି ଅଷ୍ଟ୍ରେଲିଆ ସପକ୍ଷରେ ଥିଲା ଏଥର ଭାରତ ପଟେ ମଧ୍ୟ ସେହି ସମୀକରଣ ଯୋଡି ହୋଇ ଯାଉଛି । ୨୦୦୩ରେ ଅଷ୍ଟ୍ରେଲିଆ ଟିମ କ୍ରମାଗତ ୧୦ଟି ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିଥିଲା । ଭାରତ ମଧ୍ୟ ସମାନ ସଂଖ୍ୟକ ମୁକାବିଲା ଜିତି ଟାଇଟଲ ମୁକାବିଲାେ ଅବତୀର୍ଣ୍ଣ ହୋଇଛି । ଗ୍ରୁପ ପର୍ଯ୍ୟାୟରେ ଭାରତକୁ ଅଷ୍ଟ୍ରେଲିଆ ହରାଇଥିବା ବେଳେ ଏଥର ଟିମ ଇଣ୍ଡିଆ ଏହାର ପୁନରାବୃତି ଘଟାଇଛି । ୨୦୦୩ରେ ଭାରତ ୮ଟି ମ୍ୟାଚ ଜିତି ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ଅଷ୍ଟ୍ରେଲିଆ କ୍ରମାଗତ ୮ ମ୍ୟାଚ ଜିତି ୨୦୨୩ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି । ଭାରତକୁ ହରାଇ ଅଷ୍ଟ୍ରେଲିଆ ୨୦୦୩ରେ ତୃତୀୟ ଥର ପାଇଁ ବିଶ୍ୱ ଚାମ୍ପିୟନ ହୋଇଥିଲା । ଭାରତ ଏଥର ମଧ୍ୟ ସମାନ ଲକ୍ଷ୍ୟରେ ରହିଛି ।

ସୂଚନାଯୋଗ୍ୟ, ୧୨ ବର୍ଷ ପରେ ଭାରତ ଫାଇନାଲରେ ପ୍ରବେଶ କରିଥିବାରୁ ଦର୍ଶକଙ୍କ ଉତ୍କଣ୍ଠା ଓ ସମର୍ଥନ ଦଳ ପ୍ରତି ସମ୍ପୂର୍ଣ୍ଣ ଭାବେ ରହିଛି । ଭାରତ ୪ର୍ଥ ଏବଂ ଅଷ୍ଟ୍ରେଲିଆ ୮ମ ଥର ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ରୋହିତ ଶର୍ମାଙ୍କ ଟିମ ଯେଉଁ ଭଳି ପ୍ରଦର୍ଶନ କରୁଛନ୍ତି ଭାରତୀୟ ପ୍ରଶଂସକ ଚାମ୍ପିୟନ ହେବା ବ୍ୟତୀତ ଅନ୍ୟ କିଛି ଆଶା କରୁ ନାହାନ୍ତି ।

Leave A Reply

Your email address will not be published.