Latest Odisha News

BREAKING NEWS

ଭାରତର ପ୍ରଥମ ପରାଜୟ, ଇଂଲଣ୍ଡ ୩୧ ରନରେ ଜିତିଲା ମ୍ୟାଚ୍

ବର୍ମିଂହାମ୍: ବିଶ୍ୱକପ କ୍ରିକେଟରେ ରବିବାର ଅନୁଷ୍ଠିତ ମହା ମୁକାବିଲାରେ ଭାରତକୁ ୩୧ ରନରେ ପରାସ୍ତ କରିଛି । ଇଂଲଣ୍ଡର ୩୩୭/୭ ଜବାବରେ ଭାରତ ମୋଟ ୫୦ ଓଭରରେ ୩୦୬/୫ ରନ ସ୍କୋର କରିବାକୁ ସକ୍ଷମ ହୋଇଛି ।

ଟିମ୍ ଇଣ୍ଡିଆ ଓପନର୍ ରୋହିତ ଶର୍ମାଙ୍କ ପ୍ରଶଂସନୀୟ ୧୦୨ ରନ ଏବଂ କପ୍ତାନ ବିରାଟଙ୍କ ୬୬ ରନ ସ୍କୋର ପରେ ଟିମ୍ ଇଣ୍ଡିଆ ବିଜୟର ଦ୍ୱାର ଦେଶ ଆଡ଼କୁ ଗତି କରୁଥିଲା । ଦଳର ଅଧିନାୟକ ଓ ଉପ ଅଧିନାୟକଙ୍କ ୱିକେଟ ହରାଇବା ପରେ ଦଳ ଧୋନୀ ଓ ପାଣ୍ଡ୍ୟାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇ ପଡ଼ିଥିଲା । ରୁଷଭ ପନ୍ଥଙ୍କ ୩୨ ରନର ଯୋଗଦାନ ପରେ ପାଣ୍ଡ୍ୟା ମାତ୍ର ୩୩ ବଲରୁ ଧୁଆଁଧାର ୪୫ ରନ ସ୍କୋର କରିଥିଲେ । ଧୋନୀ ମଧ୍ୟ ୩୧ ବଲରୁ ୪୨ ରନ ସଂଗ୍ରହ କରିପାରିଥିଲେ । ଶେଷ କିଛି ଓଭରରେ ଭାରତୀୟ ବ୍ୟାଟ୍ସମ୍ୟାନ ଦ୍ରୁତ ରନ ନେବାରେ ସକ୍ଷମ ହୋଇପାରିନଥିଲେ ।

ଇଂଲଣ୍ଡ ଦଳ ପକ୍ଷରୁ ପ୍ଲଂକେଟ ୩ଟି ଏବଂ ୱକ୍ସ ୨ଟି ୱିକେଟ୍ ଅକ୍ତିଆର କରିଥିଲେ । ମ୍ୟାଚରେ ୬ଟି ଛକା ସହିତ ଉପଯୋଗୀ ୧୧୧ ରନର ଶତକୀୟ ଇନିଂସ ଖେଳିଥିବା ବେୟାରଷ୍ଟୋଙ୍କୁ ‘ପ୍ଲେୟାର ଅଫ ଦି ମ୍ୟାଚ’ ଘୋଷିତ କରାଯାଇଛି ।

ଏହି ମ୍ୟାଚ ଜିତିବା ପରେ ଇଂଲଣ୍ଡର ସେମିଫାଇନାଲ୍ ଆଶା ଉଜ୍ଜିବୀତ ହୋଇଛି । ମାତ୍ର ପାକିସ୍ତାନର ସେମିଫାଇନାଲ୍ ଆଶା ମଉଳିଯାଇଛି ।

Leave A Reply

Your email address will not be published.