Latest Odisha News

BREAKING NEWS

ରାଜଧାନୀରେ ଶହେ ଟପିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ଏପ୍ରିଲରେ ପ୍ରତିଦିନ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଘଟୁଛି । ଗତକାଲି ରାଜଧାନୀରୁ ୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ସଂଖ୍ୟା ଶହେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଏମସି ଅଞ୍ଚଳରୁ ୧୦୧ଟି କୋଭିଡ୍ ପଜିଟିଭ୍ ମାମଲା ଚିହ୍ନଟ ହୋଇଛି । ସେଥି ମଧ୍ୟରୁ ୨୧ଟି କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୮୦ଟି ମାମଲା ସ୍ଥାନୀୟ ସଂକ୍ରମଣ ।

ଅର୍ଥାତ୍ ରାଜଧାନୀରୁ ଚିହ୍ନଟ ଏକ ପଞ୍ଚମାଂଶ ସଂକ୍ରମଣ ମାମଲା ସ୍ଥାନୀୟ । ସ୍ଥାନୀୟ ସଂକ୍ରମଣ ମାମଲା ମଧ୍ୟରେ ଖଣ୍ଡଗିରିରୁ ସର୍ବାଧିକ ୧୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ରସୁଲଗଡ଼ରୁ ୭ ଜଣ, ଓଲ୍ଡ ଟାଉନରୁ ୬ ଜଣ, ସହିଦ ନଗରରୁ ୫ ଜଣ, ନୟାପଲ୍ଲୀରୁ ୫ ଜଣ, ପଟିଆରୁ ୫ ଜଣ, ଲକ୍ଷ୍ମୀସାଗରରୁ ୩ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବିଏମସି ଅଞ୍ଚଳରୁ ଏଯାବତ୍ ୩୨ ହଜାର ୮୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୨ ହଜାର ୬ ଜଣ ସୁସ୍ଥ ହୋଇ ସାରିଛନ୍ତି । ୨୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୫୫ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ଆଜି ଟଙ୍କପାଣି ରୋଡସ୍ଥିତ୍ ତରୁ ଆପାର୍ଟମେଣ୍ଟରୁ ୧୦ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ପରେ ବିଏମସି ଆପାର୍ଟମେଣ୍ଟକୁ ସିଲ୍ କରି ଦେଇଛି ।

ରାଜଧାନୀର ଗୋଟିଏ ଆପାର୍ଟମେଣ୍ଟରୁ ୧୦ ପିଜିଟିଭ୍ ଚିହ୍ନଟ, ସିଲ୍ ହେଲା ଆପାର୍ଟମେଣ୍ଟ

Leave A Reply

Your email address will not be published.