Latest Odisha News

BREAKING NEWS

ଆଉ ନାହାନ୍ତି ବିଶ୍ୱର ବୟସ୍କ ବ୍ୟକ୍ତି, ୧୧୨ ବର୍ଷରେ ଦେହାନ୍ତ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କର ଦେହାନ୍ତ । ୧୧୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୟସ୍କ ବ୍ୟକ୍ତି ସ୍ପାନିୟାର୍ଡ ସାଟ୍ରୁନିନୋ ଡି ଲା ଫୁଏଣ୍ଟି ଗାର୍ସିଆ । ୧୧୨ ବର୍ଷ ୩୪୧ ଦିନରେ ତାଙ୍କର ପରଲୋକ ହୋଇଛି । ଏନେଇ ଗୀନିଜ୍ ଓ୍ୱାର୍ଲଡ ରେକର୍ଡସ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ପାନିୟାର୍ଡଙ୍କୁ ଯେତେବେଳେ ୧୧୨ବର୍ଷ ୨୨୧ ଦିନ ହୋଇଥିଲା ସେତେବେଳେ ତାଙ୍କୁ ବିଶ୍ୱର ବୟସ୍କ ବ୍ୟକ୍ତି ଭାବରେ ଘୋଷଣା କରାଯାଇଥିଲା । ଆଗକୁ ତାଙ୍କର ଜନ୍ମଦିନ ଥିଲା । କିନ୍ତୁ ଜନ୍ମଦିନର ୩ ସପ୍ତାହ ପୂର୍ବରୁ ଚିରନିଦ୍ରାରେ ଶୋଇଗଲେ ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ।

ସ୍ପାନିୟାର୍ଡ ୧୯୦୯ ମସିହା ଫେବ୍ରୁଆରୀ ୧୧ ତାରିଖରେ ସ୍ପେନର ଲିଓନରେ ଜନ୍ମଗ୍ରହଣ କରିଥିଲେ । ଜଣେ ସଫଳ ଯୋତା ବ୍ୟବସାୟୀ ଥିଲେ । ତାଙ୍କର ୭ ଜଣ ପୁଅ ଝିଅ । ୧୪ ଜଣ ନାତି ନାତୁଣୀ ଓ ୨୨ ଅଣ ନାତି ନାତୁଣୀ ଦେଖିଛନ୍ତି ସ୍ପାନିୟାର୍ଡ ।

ଗୀନିଜ୍ ଓ୍ୱେବସାଇଟ୍ ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ତାଲିକାରେ ଅଛନ୍ତି ଫ୍ରାନ୍ସର ଜେନୀ ଲୁଇସ୍ କାଲମେଣ୍ଟ । ୧୯୯୭ ମସିହାରେ ୧୨୨ ବର୍ଷ ୧୬୪ ଦିନରେ ସେ ପ୍ରାଣତ୍ୟାଗ କରିଛନ୍ତି । ୧୮୭୫ ମସିହା ଫେବ୍ରୁଆରୀରେ ସେ ଜନ୍ମଗ୍ରହଣ କରିଥିଲେ ।

Comments are closed, but trackbacks and pingbacks are open.