Latest Odisha News

BREAKING NEWS

ଅଗଷ୍ଟ ୯ ତାରିଖରେ ‘ଡବ୍ଲୁଡବ୍ଲୁଏଫ-ଇଣ୍ଡିଆ ୱିଜଡମ ଡିଜିଟାଲ କ୍ୱିଜ’ର ପ୍ରଥମ ରାଉଣ୍ଡ: ଆୟୋଜନ କରିବ ସିବିଏସଇ

ନୂଆଦିଲ୍ଲୀ: ଦ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ପକ୍ଷରୁ ଆୟୋଜିତ ‘ଡବ୍ଲୁଡବ୍ଲୁଏଫ-ଇଣ୍ଡିଆ ୱିଜଡମ ଡିଜିଟାଲ କ୍ୱିଜ’ର ପ୍ରଥମ ରାଉଣ୍ଡ ଆସନ୍ତା ଅଗଷ୍ଟ ୯ ତାରିଖରେ ହେବାକୁ ଥିବା ସୂଚନା ମିଳିଛି ।

ଆୟୋଜିତ ହେବାକୁ ଥିବା କ୍ୱିଜର ଥିମ ରଖା ଯାଇଛି ରିି-ଇମାଜିନିଂ ଆୱର ପ୍ଲାନେଟ । ଭାରତର ବନ୍ୟ ଜୀବନ ତଥା ପ୍ରାକୃତିକ ବିବିଧତା ସମ୍ପର୍କରେ ଛାତ୍ରଛାତ୍ରୀ ଙ୍କ ମନରେ ଏକ ଧାରଣା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମ ର ଲକ୍ଷ ରଖାଯାଇଛି ।

ଆଗ୍ରହୀ ଛାତ୍ରଛାତ୍ରୀ ପ୍ରାଇମାରୀ ସ୍ତର (ଶ୍ରେଣୀ ୩ୟ-୫ମ) ଏବଂ ମିଡିଲ ସ୍ତର(ଶ୍ରେଣୀ ୬ଷ୍ଠ-୮ମ), ଶୁଳ୍କ ୫୦/- ଦେଇ ଅନଲାଇନ ନିଜକୁ ରେଜିଷ୍ଟର କରିପାରିବେ । ଅଗଷ୍ଟ ୫ ତାରିଖକୁ ଆବେଦନର ଶେଷ ତାରିଖ ରଖାଯାଇଥିବା ବେଳେ, ସମସ୍ତ ପ୍ରତିଯୋଗୀଙ୍କ ପାଇଁ ଡବ୍ଲୁଡବ୍ଲୁଏଫ ନିଉଜ ଲେଟର- ୱିଜଡମ ନଗେଟ ଓ ଏକ ପାର୍ଟିସିପେସନ ସାର୍ଟିପିକେଟ ବ୍ୟବସ୍ଥା ରଖାଯାଇଛି ।

ଟପ ୧୦ ପ୍ରତିଯୋଗୀଙ୍କୁ ଚେସ ମାଷ୍ଟର ବିଶ୍ୱନାଥ ଆନନ୍ଦଙ୍କ ସହ ଏକ ଚେସ ମ୍ୟାଚ ଖେଳିବାର ସୁଯୋଗ ମିଳିବ ।

ନିମ୍ନଲିଖିତ ଫେକ୍ଟର ଉପରେ ଏହି କ୍ୱିଜ ଆଧାରିତ ହେବ: 

ଲେସର ନୋନ୍ ପ୍ଲାଣ୍ଟ ଆଣ୍ଡ ଆନିମଲ୍‌ସ
ଇଣ୍ଟରଡିପେଣ୍ଡେନ୍ସ ଇନ ବାୟୋମ୍ସ
ଆଡାପ୍‌ସନ୍ ଇନ ସ୍ପେସିସ୍‌
ୟୁନିକ ଇକୋଲୋଜିକାଲ ବିହାୱିୟର ଆଣ୍ଡ ଆଡାପ୍‌ସନ୍‌
ଇନ୍ନୋଭେଟିଭ ସଲ୍ୟୁସନ/ଟେକ୍ନୋଲୋଜି ଫର କନ୍‌ଜର୍‌ଭେସନ୍‌
କନ୍‌ଜର୍‌ଭେସନିଷ୍ଟ ଏରାଉଣ୍ଡ ଦ ୱାଲ୍ଡ ହୁ ଆର ଲିଡିଂ ଏ ଚେଞ୍ଜ

ୱାଇଲ୍ଡ କ୍ୱିଜର ଶେଷ ପର୍ଯ୍ୟାୟ ଆସନ୍ତା ଅଗଷ୍ଟ ୧୬ ତାରିଖରେ ଆୟୋଜନ ହେବାକୁ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.