Latest Odisha News

BREAKING NEWS

ସମସ୍ତ ଫେରନ୍ତାଙ୍କ କରୋନା ପରୀକ୍ଷା ପ୍ରସଙ୍ଗ: ବିଜେପିର ଦାବିରେ ବିଜେଡ଼ି ନେତାଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ଆଇସିଏମଆର ଗାଇଡ଼ ଲାଇନ୍ ଅନୁସାରେ କରୋନା ପରୀକ୍ଷା ହେଉଛି, ଏବଂ ଏବେ ଓଡ଼ିଶା ନିୟନ୍ତ୍ରଣାଧିନ ରହିଥିବା ନେଇ ବିଜେଡ଼ି ମୁଖପାତ୍ର ଡଃ ସସ୍ମିତ୍ ପାତ୍ର ଶନିବାର ଦିନ କହିଛନ୍ତି ।

ଓଡ଼ିଶାକୁ ଆସୁଥିବା ସମସ୍ତ ଫେରନ୍ତାଙ୍କର ସରକାର କୋଭିଡ୍ ପରୀକ୍ଷା କରିବା ଉଚିତ୍ ବୋଲି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଦାବି କରିଥିଲେ । ଏହାର ପ୍ରତିକ୍ରିୟାରେ ଡଃ ପାତ୍ର କହିଛନ୍ତି ଯେ, ବିଜେପି କେନ୍ଦ୍ର ସରକାର ଏବଂ ଇଣ୍ଡିଆନ କାଉନସିଲ୍ ଅଫ ମେଡ଼ିକାଲ୍ ରିସର୍ଚ୍ଚଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡ୍ଲାଇନ୍ ଉପରେ ଧ୍ୟାନ ଦେବା ଆବଶ୍ୟକ ।

ଅଧିକ ପଢନ୍ତୁ: ଓଡ଼ିଶା ପାଇଁ ଜୁନ୍ ମାସ ନିର୍ଣ୍ଣାୟକ: ବାଗଚୀ

ଏହି ଦୁଇଟି କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡ୍ଲାଇନ୍ ଅନୁଯାୟୀ ଲକ୍ଷଣ ରହିଥିବା ସମସ୍ତ ବ୍ୟକ୍ତିମାନଙ୍କର ପରୀକ୍ଷା ଓଡ଼ିଶା ସରକାରଙ୍କ ଦ୍ୱାରା କରାଯାଉଛି । ଏହା କହିଛନ୍ତି ଡଃ ପାତ୍ର ।

ବିଜେପି ବିଜ୍ଞାନକୁ ବିଶ୍ୱାସ କରିବା ଆବଶ୍ୟକ ତଥା ନିଜର କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟଙ୍କ କଥା ମଧ୍ୟ ବିଶ୍ୱାସ କରିବା ଜରୁରୀ । ଏପରି କରୋନା ମହାମାରୀ ପରିସ୍ଥିତି ସମୟରେ ଶସ୍ତା ରାଜନୀତି କରିବା ବନ୍ଦ କରିବା ଉଚିତ୍ ବୋଲି କହିଛନ୍ତି ଡଃ ପାତ୍ର ।

Leave A Reply

Your email address will not be published.