Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] କଳିଙ୍ଗା ଘାଟିରେ ଟୁରିଷ୍ଟ ବସ୍ ଓଲଟି ଗଲା ୬ ଜଣଙ୍କ ଜୀବନ, ୪୨ ଆହତ

ଭଞ୍ଜନଗର: କଳିଙ୍ଗା ଘାଟିରେ ବଡ଼ ଦୁର୍ଘଟଣା । ପଶ୍ଚିମବଙ୍ଗର ଟୁରିଷ୍ଟ ବସ୍ ଓଲଟି ପଡ଼ିବାରୁ ଗଲା ୬ଜଣଙ୍କ ଜୀବନ  ।

ମଙ୍ଗଳବାର  ବିଳମ୍ବିତ ରାତିରେ ଭଞ୍ଜନଗର ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ପଶ୍ଚିମବଙ୍ଗର ଟୁରିଷ୍ଟ ବସଟି ଓଲଟି ପଡ଼ିଥିଲା । ବସ ଓଲଟି ୬ଜଣଙ୍କ ଜୀବନ ଯାଇଛି । ସେମାନଙ୍କ ମଧ୍ୟରେ ୪ ପୁରୁଷ ଓ ୨ ମହିଳା ଥିବା ପୁଲିସ କହିଛି । ପୁଲିସ ଓ ଦମକାଳବାହିନୀ ସହାୟତାରେ ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇଛି । ୪୨ ଜଣ ଆହତ ହୋଇଥିବାବେଳେ ୧୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି କରାଯାଇଛି । ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ ୭୭ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା। ଉକ୍ତ ବସଟି ଦାରିଙ୍ଗବାଡିରେ ପହଞ୍ଚିବା ପରେ ଲୋକେ ସେଠାରେ ବୁଲାବୁଲି କରି ବିଶାଖାପାଟଣା ଅଭିମୁଖେ ବାହାରିଥିଲେ। ତେବେ କଳିଙ୍ଗା ଘାଟିରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସଟି ଓଲଟି ପଡିଥିଲା।  ଦୁର୍ଘଟଣା ପରେ ରାସ୍ତା ଜାମ ହୋଇଯାଇଥିଲା।

ଦମକଳବାହିନୀ ଓ ପୁଲିସ ସହ ଦୁର୍ଗାପ୍ରସାଦର ଯୁବକ ସଂଘ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସମସ୍ତ ଯାତ୍ରୀ ପଶ୍ଚିମବଙ୍ଗର ବୋଲି ପୁଲିସ ସୂଚନା ଦେଇଛି। ମୃତକଙ୍କ ପରିଚୟ ଜଣାପଡିନାହିଁ। ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ସେପଟେ  କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ କେମିତି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣାର ଶିକାର ହେଲା ଟୁରିଷ୍ଟ ବସ୍ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

 

Leave A Reply

Your email address will not be published.