Latest Odisha News

BREAKING NEWS

ଅଭିନୟ ନୁହେଁ, ଫିଲ୍ମ ନିର୍ମାଣ କରିବାକୁ ପସନ୍ଦ କରନ୍ତି ରିୟା

ମୁମ୍ବାଇ: ବଲିଉଡର ଶ୍ରେଷ୍ଠ ଅଭିନେତା ଅନିଲ କପୁରଙ୍କ ସାନ ଝିଅ ରିୟା କପୁର । ପ୍ରାୟତଃ ରିୟା ବଲିଉଡର ଲାଇମଲାଇଟ୍‌ଠାରୁ ବହୁତ ଦୂରରେ । ସେ ପ୍ରାୟତଃ କୌଣସି ଇଭେଣ୍ଟ ବା ପୁରସ୍କାର ଉତ୍ସବକୁ ଯାଆନ୍ତି ନାହିଁ । ତେବେ ଅଭିନୟ ପରିବର୍ତ୍ତେ ଫିଲ୍ମ ନିର୍ମାଣ ଏବଂ ଫ୍ୟାଶନ ଡିଜାଇନିଂକୁ ରିୟା କ୍ୟାରିୟର ଭାବରେ ବାଛିଥିଲେ, ଯାହାକୁ ନେଇ ତାଙ୍କ ପରିବାର ସଦସ୍ୟଙ୍କ ସମର୍ଥନ ଥିଲା । ଆଉ ଏବେ ଏ କ୍ଷେତ୍ରରେ ଆଜି କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ।

୧୯୮୭ ମସିହା ମାର୍ଚ୍ଚ ୫ରେ ଜନ୍ମଗ୍ରହଣ କରିଥିଲେ ରିୟା । ରିୟା ୨୦୧୦ ମସିହାରେ ନିର୍ମାତା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଆୟେଶା’, ଯେଉଁଥିରେ ତାଙ୍କ ବଡ଼ ଭଉଣୀ ସୋନମ କପୁର ମୁଖ୍ୟ ଭୁମିକାରେ ଅଭିନୟ କରିଥିଲେ । ପରେ ୨୦୧୪ରେ ଖୁବ୍‌ସୁରତ୍ ଫିଲ୍ମ ନିର୍ମାଣ କରିଥିଲେ, ଯାହାକୁ ଶଶାଙ୍କ ଘୋଷ ନିର୍ଦ୍ଦେଶନା ଦେଇଥିଲେ । ୨୦୧୭ ମସିହାରେ ରିୟା ତାଙ୍କ ଭଉଣୀ ସୋନମ କପୁରଙ୍କ ସହିତ ପୋଷାକ ବ୍ରାଣ୍ଡ ରାଇସନ୍‌ର ବିଜ୍‌ନେସ୍ ଆରମ୍ଭ କରିଥିଲେ । ୨୦୧୮ ରେ ଚାରି ଅଭିନେତ୍ରୀଙ୍କୁ ନେଇ ଫିଲ୍ମ ‘ଭେରି ଦ ୱେଡିଂ’ କରିଥିଲେ । ଏଥିରେ କରୀନା କପୁର, ସୋନମ କପୁର, ସ୍ୱରା ଭାସ୍କର ଏବଂ ଶିଖା ନଜର ଆସିଥିଲେ । ଏହି ଫିଲ୍ମ୍ରଟି ସୁପର ହିଟ୍ ହେବା ସହ ବକ୍ସ ଅଫିସରେ ଭଲ ବ୍ୟବସାୟ ବି କରିଥିଲା । ଏତଦ୍‌ବ୍ୟତୀତ ରିୟା ମଧ୍ୟ ଜଣେ ଫ୍ୟାଶନ୍ ଡିଜାଇନର୍ । ସେ ଏବେ ୬ ନିୟୁତ ଡ଼ଲାର ସମ୍ପତ୍ତିର ମାଲିକାଣୀ । ଏଥିସହିତ ରିୟାଙ୍କର ବହୁତ କାର ସଉକ ରହିଛି । ଏବେ ତାଙ୍କ ପାଖରେ ଏକାଧିକ ଦାମୀ କାର ମଧ୍ୟ ରହିଛି ।

Leave A Reply

Your email address will not be published.