Latest Odisha News

BREAKING NEWS

୩୮ ଡିଗ୍ରୀ ଉପରେ ରାଜ୍ୟର ୫ ସହର, ଆଉ ୨ରୁ ୩ ଡିଗ୍ରୀ ବଢ଼ିବ ପାରଦ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ତାପମାତ୍ରା । ଆଜି ରାଜ୍ୟର ୫ ସହରରେ ପାରଦ ୩୮ ଡିଗ୍ରୀ ଉପରେ ରହିଛି । ୩୮.୮ ଡିଗ୍ରୀ ତାପମାତ୍ରା ସହ ତାଳଚେର ରାଜ୍ୟର ଉତ୍ପତ୍ତ ସହର ପାଲଟିଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିଭଳି ଅନୁଗୁଳରେ ତାପମାତ୍ରା ୩୮.୧ ଡିଗ୍ରୀ, ଝାରସୁଗୁଡ଼ାରେ ତାପମାତ୍ରା ୩୮ ଡିଗ୍ରୀ ଏବଂ ଭଦ୍ରକରେ ତାପମାତ୍ରା ୩୮ ଡିଗ୍ରୀ ରହିଛି । ଆଗାମୀ ୪ରୁ ୫ ଦିନ ଯାଏ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।

ରାଜ୍ୟରେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୭ ତାରିଖରୁ ୯ ତାରିଖ ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ତଥା ବର୍ଷା ସହ ବଜ୍ରପାତ ହୋଇପାରେ । ତେବେ ମାର୍ଚ୍ଚ ଆରମ୍ଭରୁ ବଢ଼ୁଥିବା ତାପମାତ୍ରା ଆଗକୁ ଆହୁରି ବଢ଼ିବ ବୋଲି କୁହାଯାଉଛି ।

Leave A Reply

Your email address will not be published.