Latest Odisha News

କିଙ୍ଗ୍ କୋବ୍ରାକୁ ଗାଧେଇ ଦେଉଛନ୍ତି ଯୁବକ, ଲୋକେ ଦେଖି ଆଶ୍ଚର୍ଯ୍ୟ

ସାପ ବିଷଧର ହେଉ ବା ବିଷହୀନ, ସାପର ନାଁ ଶୁଣିଲେ ଯେ କେହି ଲୋକ ଭୟଭୀତ ହୋଇପଡ଼ନ୍ତି । ଯଦି ଆପଣ ଅପ୍ରସ୍ତୁତ ଅଛନ୍ତି ଓ ଏତିକି ବେଳେ କୌଣସି ସାପ ଆପଣଙ୍କ ସାମ୍ନାକୁ ଆସିଗଲା, ହଠାତ୍ କ’ଣ କରିବେ ଆପଣ ? ଏ କ୍ଷେତ୍ରରେ ଅନେକ ଲୋକ ପ୍ରାଣବିକଳରେ ଦୌଡ଼ିଥାନ୍ତି । କିନ୍ତୁ ଜଣେ ଯୁବକ ଏକ କୋବ୍ରା ସାପକୁ ଗାଧେଇ ଦେଉଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଭିଡ଼ିଓରେ ଦେଖିବାକୁ ମିଳିଛି, ଜଣେ ଯୁବକ ପ୍ରାୟ ୮ ଫୁଟ୍ ଲମ୍ବର ଏକ କୋବ୍ରା ସାପକୁ ବାଲ୍‌ଟିରେ ପାଣି ଆଣି ଗାଧେଇ ଦେଉଛନ୍ତି । ଆଉ ସାପଟି ମଧ୍ୟ ଛୋଟ ପିଲାଙ୍କ ପରି ଦେଖାଇ ଦେଉଛି । ସାପ ଉପରେ ପାଣି ଢାଳିବାରୁ ସେ ମୁଣ୍ଡ ଟେକି ଆରାମରେ ଦେଖାଉଛି । ଗାଧେଇ ଦେବା ପରେ ଯୁବକ ଜଣକ ସାପକୁ ସ୍ପର୍ଶ ବି କରୁଛନ୍ତି । ହେଲେ ସାପଟି ଯୁବକର କିଛି କ୍ଷତି କରୁନି । ଲୋକମାନେ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

କିଙ୍ଗ କୋବ୍ରା ଦୁନିଆର ସବୁଠାରୁ ବିପଜ୍ଜନକ ସାପ ଭାବରେ ପରିଗଣିତ ହୁଏ । ହେଲେ ଯୁବକ ଜଣକ କେମିତି ଭୟ କରୁ ନାହାନ୍ତି ବୋଲି ଅନେକ ମତ ଦେଇଛନ୍ତି ।

Leave A Reply

Your email address will not be published.