Latest Odisha News

BREAKING NEWS

ଉଧାର ଟଙ୍କା ମାଗିବାରୁ ଯୁବକଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ

ଭବନୀପାଟଣା: ମହଙ୍ଗା ପଡିଲା ଉଧାର ଟଙ୍କା ମାଗିବା । ଉଧାର ଦେଇଥିବା  ପଇସା ମାଗିବାରୁ ଯୁବକଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଭବାନୀପାଟଣାରେ  । ସୂଚନା ଅନୁସାରେ ଭବାନୀପାଟଣାର ରଞ୍ଜନ ପାଢୀ ନାମକ ଜଣେ ଯୁବକ ଜଣେ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କାର ଉଧାର ଦେଇଥିଲେ । ଦୀର୍ଘ ଦିନରୁ ସେ ଉଧାର ଟଙ୍କା ମାଗି ଆସୁଥିଲେ  । ହେଲେ ବ୍ୟକ୍ତି ଜଣକ ଫେରସ୍ତ କରୁନଥିଲେ । ଗତକାଲି ପୁର୍ନବାର ନିଜ ଉଧାର ପଇସା ମାଗିଥିଲେ ରଞ୍ଜନ  ।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ବଚସା  ।  ପରେ ଏହା ଏତେ ଉଗ୍ର ରୂପ ନେଇଥିଲା ଯେ ଏଥିରେ ଉତକ୍ଷିପ୍ତ ହୋଇ ବ୍ୟକ୍ତି ଜଣଙ୍କ ରଞ୍ଜନ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ପରେ ସ୍ଥାନୀୟ ଲୋକ ରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି  ଭବନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେପଟେ ଘଟଣାସ୍ଥଳରୁ ଦୁର୍ବୁତ୍ତ ଜଣକ ଫେରାର ହୋଇଯାଇଥିବାବେଳେ ପୋଲିସ ଘଟଣାସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.